Recent

6/recent/ticker-posts

+୩ ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

ସାକ୍ଷୀଗୋପାଳ:ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଂସ୍କୃତ ବିଭାଗ(ସମ୍ମାନ) ଆନୁକୂଲ୍ୟରେ +୩ ଶେଷ
ବର୍ଷ ଛାତ୍ରଛାତ୍ରୀମାନଙ୍କର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ବିଦାୟୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଓ ଉତ୍ତରୋତ୍ତର ସଫଳତା ଲାଭ କରନ୍ତୁ ବୋଲି ଶୁଭେଚ୍ଛା ପ୍ରଦାନ କରିଥିଲେ।
       ଏହି ଅବସରରେ ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର, ପ୍ରାଧ୍ୟାପିକା ଡ଼ଃ କଳ୍ପନା କୁମାରୀ ମହାପାତ୍ର, ପ୍ରାଧ୍ୟାପିକା ସସ୍ମିତା ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ସହିତ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରି ଅଧ୍ୟୟନ କଲେ ସଫଳତା ଲାଭ କରିବା ସୁନିଶ୍ଚିତ ହେବ ବୋଲି ଉପଦେଶ ଦେଇଥିଲେ। ଆଲୋଚନା ସଭାରେ ପ୍ରାଧ୍ୟାପକ ନଳିନୀ ଲୋଚନ ଦାଶ, ପ୍ରାଧ୍ୟାପକ ମନୋଜ ପରିଡ଼ା, ସୁରଜମହଲ ଶାହା ମହାବିଦ୍ୟାଳୟର ଅଧ୍ୟାପିକା ହରପ୍ରିୟା ମହାରଣା ଓ ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ- ପୁର୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments