Recent

6/recent/ticker-posts

ସାମ୍ବାଦିକ କଲ୍ୟାଣ ପାଣ୍ଠି ପାଇଁ କେଉଁ ବ୍ୟବସ୍ଥା ଅଛି ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ।

 
ନୂଆଗାଁ: ବିଧାନସଭା ର ମୌସୁମୀ ଅଧିବେଶନରେ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୨୦୭୫ ରେ ରାଜ୍ୟରେ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ କି କି ବ୍ୟବସ୍ଥା ଅଛି ଓ ଏ ବାବଦକୁ ଗତ ଦୁଇ ବର୍ଷ ମଧ୍ୟରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେ ଉପରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଏହି ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ଓଡ଼ିଶା ୱର୍କିଂ ଜର୍ନାଲିଷ୍ଟସ୍ ୱେଲ ଫେୟାର ଫଣ୍ଡ ରୁଲ୍ସ ୨୦୦୬ ନିୟମ ଅନୁଯାୟୀ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଗୋପବନ୍ଧୁ ୱାର୍କିଂ ଜର୍ନାଲିଷ୍ଟସ ହେଲଥ ବୀମା ୨୦୧୬ ମସିହାରେ ପ୍ରଣୟନ କରାଯାଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ୨ ଲକ୍ଷ ଟଙ୍କା ର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯାଇଛି।ଏ ବାବଦକୁ ଗତ ଦୁଇଟି ଆର୍ଥିକ ବର୍ଷ ୨୦୨୦- ୨୧ ରେ ୬ କୋଟି ଓ ୨୦୨୧- ୨୨ ରେ ୬ କୋଟି ୮୫ ଲକ୍ଷ ୬୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି।
ରିପୋର୍ଟ- ବର୍ଷା ନାଏକ (ନୂଆଗାଁ)

Post a Comment

0 Comments