Recent

6/recent/ticker-posts

ସାକ୍ଷୀଗୋପାଳ ଗ୍ରାମ ଗହିରରୁ ଲଗୁଚାପ ଜନିତ ବର୍ଷା ଜଳ ନିଷ୍କାସନକୁ ନେଇ ଦୁଇ ଗ୍ରାମବାସୀ ମାନଙ୍କ ମୁହାଁ ମୁହିଁ

ସାକ୍ଷୀଗୋପାଳ :ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ସିଂହାକୁଦା ଓ ଗୋବିନ୍ଦପୁର ( ଦଳିତବସ୍ତି ) ଦୁଇ ଗ୍ରାମ ବାସୀ ମାନଙ୍କ ମଧ୍ୟରେ ଗ୍ରାମ ଗହିରରୁ ବର୍ଷା ଜଳ ନିଷ୍କାସନକୁ ନେଇ ଚାପ ଉତ୍ତେଜନା ପ୍ରକାଶ ପାଇଛି । ସିଂହାକୁଦା ଗ୍ରାମ ଗହିରରେ ପ୍ରାୟ ଶତାଧୂକ ହେକ୍ଟରରୁ ଅଧୂକ ଜମିରେ ବର୍ଷା ପାଣି ହିଡବାଡ ବୁଡିକି ରହିଛି । ପାଣି ନିଷ୍କାସନ ନ ହେଲେ ଧାନ ଗଛ ଗୁଡିକ ପୋଚି ଯିବ ବୋଲି ଚାଷୀ ମାନେ କହନ୍ତି । ଅନ୍ୟ ପକ୍ଷେ ଉକ୍ତ ଗହିରରୁ ପାଣି ନିଷ୍କାସନ ପାଇଁ ଏକ ନାଳ ରହିଥିଲା । ସେହି ନାଳକୁ ଜନୈକ ବ୍ୟକ୍ତି ମାଟି ପକାଇ ପାଣି ନିଷ୍କାସନ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଫଳରେକି ସିଂହାକୁଦା ଗହିରରେ ଏବେ କୃତିମ ବନ୍ୟା ଜଳ ଲହଡି ଭାଙ୍ଗୁଛି । ସିଂହାକୁଦା ଗ୍ରାମ ବାସୀ ମାନେ ଏ ସମ୍ପର୍କରେ ସତ୍ୟବାଦୀ ତହସିଲଦାରଙ୍କୁ ଜଣାଇଥିଲେ । ତହସିଲଦାର ଜୟନ୍ତି କୁମାର ଜୟସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର ଉକ୍ତ ଗହିର ପରିଦର୍ଶନ କରି ପାଣିନାଳ ଦେଖୁବା ପାଇଁ ଯିବା ସମୟରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ ମାଟି ବନ୍ଧ କାଟି ବର୍ଷା ଜଳ ଗହିରରୁ ନିଷ୍କାସନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
 ରିପୋର୍ଟ- ପୂର୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments