Recent

6/recent/ticker-posts

ଫନୀ ବାତ୍ୟା ଠାରୁ ହାଇମାକ୍ସ ଲାଇଟ ଅଚଳ.



ସାକ୍ଷୀଗୋପାଳ ~ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗଡବଳରାମପୁର ପଞ୍ଚାୟତର ବୁଢ଼ାକେରା ଗ୍ରାମ ମୁଣ୍ଡରେ ଥିବା ଶ୍ରୀରାମ ବଜାର ମଧ୍ୟରେ ଏକ ହାଇମାକ୍ସ ଲାଇଟି ଲାଗିଥିଲା । କାରଣ ଏହି ବଜାର ଉପରେ ବିଶେଷ କରି ଗଡବଳରାମପୁର , ମହୁରା , କେତକୀପାଟଣା ଓ ନିମାପଡାର ନୂଆସନ୍ଥର ପ୍ରାୟ ଶତାଧୂକ ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି ।
 ସବୁଠାରୁ ବଡ କଥା ଏହି ବଜାର ଠାରୁ ନିମାପଡ , ପୁରୀ , ବଳଙ୍ଗା , ଗୋପ , କେଣାର୍କ ସହିତ ସତ୍ୟବାଦୀକୁ ଯିବା ପାଇଁ ରାସ୍ତା ରହିଛି । ସଂଧ୍ୟା ହେଲେ ଏବେ ବଜାରଟି ଅନ୍ଦାର ହୋଇ ପଡୁଛି । ବିଶେଷ କରି ଦେକାନ ବଜାର ବନ୍ଦ ହୋଇଗଲେ ଏହି ଛକଟି ଅନ୍ଦାର ହୋଇଯାଉଛି । ଅନେକ ସମୟରେ ଏଠାରେ ରାହଜାନୀ ଘଟୁଛି । କେତେକ ଅଭିଯୋଗ ଥାନାକୁ ଯାଉଥିବା ବେଳେ ଆଉ କେତେକ ଚୁପ ହୋଇ ରହିଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧୂ , ବିଦ୍ୟୁତ ବିଭାଗ , ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଜନସାଧାରଣ କହନ୍ତି । ତୁରନ୍ତ ବଡ ଦୁର୍ଘଟଣା ଘଟିବା ଆଗରୁ ଉକ୍ତ ହାଇମାକ୍ସ ଲାଇଟି ମରାମତି କରିବା ପାଇଁ ସ୍ଥାନୀୟ ଜଣସାଧାରଣ ଓ ବ୍ୟବସାୟୀ ସଂଘ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Post a Comment

0 Comments