Recent

6/recent/ticker-posts

ମଦ୍ୟପ ଙ୍କ ଆଡାସ୍ଥଳୀ ରେଞ୍ଚ ଅଙ୍ଗନବାଡି କେନ୍ଦ୍ର, ଛୋଟ ପିଲା ଙ୍କ ସୁରକ୍ଷା ପାଇଁ ଲାଗିଥିବା ଷ୍ଟିଲ ରେଲିଂ ଚୋରି।


ପୁରୀ :ଡେଲାଙ୍ଗ ବ୍ଲକ୍ ରେଞ୍ଚ ପଞ୍ଚାୟତ ର ରେଞ୍ଚ ଅଙ୍ଗନବାଡି କେନ୍ଦ୍ର ରେ ଚୋରି ଘଟଣା ଅତ୍ୟନ୍ତ ଦୁଃଖଦ ତଥା ନିନ୍ଦନୀୟ। ଦୀର୍ଘଦିନ ହେଲା ଅଙ୍ଗନବାଡି କେନ୍ଦ୍ର ପାଲଟିଛି ମଦ୍ୟପ ଙ୍କ ଆଡାସ୍ଥଳୀ । ଗତ କାଲି ଅଙ୍ଗନବାଡି କେନ୍ଦ୍ର ରେ କୋମାଲମତି ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପିଣ୍ଡା ରେ ଲାଗିଥିବା ଷ୍ଟିଲ ର ରେଲିଂକୁ ସମ୍ପୂର୍ଣ୍ଣ ଭାବେ ମୂଳରୁ ଉପାଡି ତାକୁ ଘରକୁ ନେଇଯାଇଥିବା, ଲଗାଯାଇଥବା ଗଛ ଉପାଡି ଫୋପାଡିବା କଥା ଉଦ୍ଦେଶ୍ୟ ମୂଳକ ଭାବେ ହୋଇଥିବା ଚୋରି କୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏବଂ ଘଟଣା ସ୍ଥଳରୁ 8 ଟି ମଦକାଚ ଉଦ୍ଧାର କରାଯାଇଛି।ଏଠାରେ ପ୍ରଶ୍ନ ଉଠୁଛି କି , ଯଦି ଅଙ୍ଗନବାଡି କେନ୍ଦ୍ର, ଯାହାକି କୁନି କୁନି ପିଲାଙ୍କ ପାଇଁ ଏକ ମୁକ୍ତାକାଶ ପ୍ରାଙ୍ଗଣ ,ଯେଉଁଠାରେ ଛୋଟ ପିଲା ନିର୍ଭୟ ର ସହ ଖେଳିବା ବୁଲିବା ପାଇଁ ଉଦ୍ଦିଷ୍ଟ, ସେଠାରେ ବସି ମଦ ପିଇବା, କାଚ ଫୋପାଡିବା , ଛୋଟ ପିଲାଙ୍କ ସୁରକ୍ଷା ବାଡ କୁ ଚୋରି କରିବା,କୁନି ପିଲା ଲଗାଇଥିବା ଗଛକୁ ମଦୁଆ ମାନେ ଉପାଡି ଫୋପାଡିବା ଘଟଣା , ଶିଶୁ ବିକାଶ ବିଭାଗ କୁ ଇଙ୍ଗିତ କରିବା ମନେ ହେଉଛି।
ଏବେ ଦେଖିବାକୁ ବାକି ରହିଲା ଆମ ଶିଶୁ ବିକାଶ ବିଭାଗ ତଥା ସ୍ଥାନୀୟ ପ୍ରଶାସନ କେତେଶିଘ୍ର ଏବଂ କଣ ପଦକ୍ଷେପ ନେଉଛନ୍ତି ,ଆମ କୁନି କୁନି ପିଲାଙ୍କ ସୁରକ୍ଷା,ଭାଗ୍ୟ ଓ ଭବିଷ୍ୟତ ପାଈଁ। 
ରିପୋର୍ଟ୍- ସିଦ୍ଧାର୍ଥ ବଲବନ୍ତରାୟ (ଡେଲାଙ୍ଗ)


Post a Comment

0 Comments