ଚିଲିକା:ପବିତ୍ର ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କର ହେଉଛି ପ୍ରିୟ ମାସ ।ଚଳିତ ଥର ଶ୍ରାବଣ ମାସରେ ଚାରିଟି ସୋମବାର ପଡ଼ିବ ଆଜି ଶ୍ରାବଣ ମାସର ୨ୟ ସୋମବାର । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷର ପଞ୍ଚମ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଯେଉଁ ଭକ୍ତ ସୋମବାର ବ୍ରତ ରଖି ଭଗବାନ ଭୋଲେନାଥଙ୍କ ଜଳାଭିଷେକ ଓ ପୂଜା ବିଧି ବିଧାନରେ କରିବ, ତା’ର ସମସ୍ତ ଦୁଃଖ ଦୂର ହୋଇଯିବ ।କାହିଁ କେଉଁ ଅନାଦି କାଳରୁ ଶ୍ରାବଣ ମାସର ଶିବ ପୂଜା ପରମ୍ପରା ଚାଲି ଆସୁଛି । ଏହି ସମୟରେ ଭକ୍ତମାନେ ଗୋଟିଏ ଥର ଭୋଜନ କରିଥାନ୍ତି । ଏହି ମାସରେ ଶିବଙ୍କୁ ପୂଜା କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଓଡ଼ିଶାରେ ଲିଙ୍ଗରାଜ, ଲୋକନାଥ, କପିଳାସ, ଗୁପ୍ତେଶ୍ୱର, ଆଖଣ୍ଡଳମଣି, ଧବଳେଶ୍ୱର ଆଦି ଅନେକ ଶୈବ ପୀଠ ରହିଛି । ଏହି ପୀଠଗୁଡ଼ିକରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶୈବ ଭକ୍ତମାନେ ଜଳଲାଗି କରିଥାନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଉଆସପଦର ଗ୍ରାମର କାଉଡ଼ିଆ ଭକ୍ତମାନେ କଟକ ନଦୀମାନଙ୍କରୁ ଜଳାଭାର ଉଠାଇ ନଦୀଘାଟରେ ଥିବା ଦେବାଦେବୀ ମନ୍ଦିର କିମ୍ବା ବାଲିରେ ଲିଙ୍ଗ ସ୍ଥାପନା କରି ଜଳପୂର୍ଣ୍ଣ କଳସୀ ସହ ସଂକଳ୍ପ କରିଥିଲେ। ସେମାନେ ଜଳଭାରକୁ ସୁରକ୍ଷିତ ଭାବେ ନେଇ କେଦାରେଶ୍ୱର ଏବଂ ବାବା ବାଲୁଙ୍କେଶ୍ୱର ଠାରେ ଜଳ ଅଭିଷେକ କରିଥିଲା । ଏଥିରେ ସାମାନ୍ୟ ଅବହେଳା କଲେ ସେମାନଙ୍କର ଯାତ୍ରା ଅଧୁରା ରହିଯାଇଥାଏ । ରାସ୍ତାରେ ଜଳଭାର ଧରି ଯିବା ସମୟରେ କାଉଡ଼ିଆମାନେ ଜଳଭାରକୁ ଭୂମି ସ୍ପର୍ଶ ନ କରି ଏକ ଉଚ୍ଚସ୍ଥାନରେ ଝୁଲାଇ ରଖିଥାନ୍ତି । ବିଶ୍ରାମ ପରେ ପୁଣି ସ୍ନାନ ପୂର୍ବକ ଧୂପ, ଦୀପ ଜଳାଇ କାଉଡ଼ିଆମାନେ ଜଳଭାର ଧରି ଯାତ୍ରା ଆରମ୍ଭ କରିଥାନ୍ତି ।କାହିଁ କେତେ ଦୂରଦୂରାନ୍ତ ପର୍ଯ୍ୟନ୍ତ ଜଳଭାର ଧରି ଯାତ୍ରା କରିବା ସମୟରେ କାଉଡ଼ିଆମାନେ ଶିବଙ୍କ ଭଜନ କୀର୍ତ୍ତନ କରିଥାନ୍ତି।
ଖୋର୍ଦ୍ଧା ଚିଲିକାରୁ ନିଳାଦ୍ରୀ ଭୂଷଣ ଗଡ଼ନାୟକ ରିପୋର୍ଟ ସାରା ଦୁନିଆ ନ୍ୟୁଜ୍


0 Comments