Recent

6/recent/ticker-posts

ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ

 : ଉତ୍ତରପ୍ରଦେଶରେ ୩ଦିନିଆ ରାଷ୍ଟ୍ରୀୟ ଶୋକ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ । ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ସମ୍ମାନର ସହ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ହେବ ।_

୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଲେ ପୁଅ ଅଖିଳେଶ ଯାଦବ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଗଷ୍ଟ ୨୨ ତାରିଖରେ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଅକ୍ଟୋବର ୨ ତାରିଖରେ ସ୍ୱାସ୍ଥ୍ୟରେ ଅବନତି ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ୩ ଥର ମୁଖ୍ୟମନ୍ତ୍ରୀ ହେବା ସହ ୭ ଥର ସଂସଦକୁ ମୁଲାୟମ ନିର୍ବାଚିତ ହୋଇଥିଲେ ।_

Post a Comment

0 Comments