ସାକ୍ଷୀଗୋପାଳ: ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର (+୨ ଓ +୩) ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ତଥା ସ୍କାଉଟ ଓ ଗାଇଡ଼ ବିଭାଗ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆଜି ସତ୍ୟବାଦୀର ବକୁଳ ବନରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ନେହୁରୁ ଯୁବକେନ୍ଦ୍ର, ପୁରୀ, ସ୍ଥାନୀୟ ସତ୍ୟବାଦୀ ବ୍ଲକ ଏବଂ ପୁରୀର ସମ୍ପର୍କ ସଂଗଠନ ସହଯୋଗ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ଜାତୀୟ ସେବା ଯୋଜନାର ସଂଯୋଜକ ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ, ପ୍ର. ରତ୍ନାକର ସାହୁ,ପ୍ର. ଧନୁର୍ଦ୍ଧର ମୁଦୁଲି,ପ୍ର. ଶଙ୍କର୍ଷଣ ପ୍ରଧାନ, କ୍ରୀଡା ଶିକ୍ଷକ ରଘୁନାଥ ପରିଡା ତଥା ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ପ୍ରମୁଖ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ l ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀ, ସମ୍ପର୍କ ସଂଗଠନର ସମ୍ପାଦକ ସୌମ୍ୟନ୍ଦ୍ର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ l ପରିଶେଷରେ ଅଧକ୍ଷ ଡ଼ଃ ପରିଡା ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ବଳବତ୍ତର ରଖିବା ପାଇଁ ପରାମର୍ଶ ଦେଇଥିଲେ l
ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)


0 Comments