Recent

6/recent/ticker-posts

ନଭେମ୍ବର ୨ ରାଧା ପାଦଦର୍ଶନ: ତୁରନ୍ତ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଗଣପର୍ବ ସାକ୍ଷୀଗୋପାଳ ମନ୍ଦିର ରେ ନଭେମ୍ବର ମାସ ୨ ତାରିଖ ଅଁଳାନଵମୀ ତିଥିରେ ବର୍ଷକୁ ଥରେ  ଶ୍ରୀ ରାଧି ପାଦ ଦର୍ଶନ ଅନୁଷ୍ଠିତ ହେବ। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ବିନା ଭକ୍ତରେ ଠାକୁରଙ୍କ ଦେବନୀତି କରାଯାଇଥିବା ବେଳେ ଚଳିତ ବର୍ଷ ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ବଢିଵ ଵୋଲି ଆଶା କରାଯାଇଛି। ଏଣୁ ଶୃଙ୍ଖଳିତ ଭାବରେ ଗଣପର୍ଵ ପାଳନ କରିବା ନିମନ୍ତେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ସତ୍ୟଵାଦୀ ବିଧାୟକ ତଥା ମନ୍ଦିର ପରିଚାଳନା କମିଟିର ସଭାପତି ଉମାକାନ୍ତ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ  ପ୍ରଥମ ସମ୍ମନ୍ବୟ ବୈଠକ ବୁଧବାର ସାକ୍ଷୀଗୋପାଳ ପାନ୍ଥଶାଳାରେ ଅନୁଷ୍ଠିତ ହୋଇଥିଲା। ଦୁଇବର୍ଷ ପରେ ରାଧା ପାଦଦର୍ଶନ ସୁଯୋଗ ରହିଥିଵାରୁ ଭକ୍ତମାନଙ୍କ ର ସମାଗମ ହେଵ। ସର୍ବୋପରି ଭକ୍ତ ମାନଙ୍କର ଦର୍ଶନ, ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ, ମେଳା ବୁଲିବା ଓ ସାଂସ୍କୃତିକ ସମାରୋହ କୁ ଆକର୍ଷଣୀୟ କରିବା ଦିଗରେ ବିଧାୟକ ଉପସ୍ଥିତ ସେଵାୟତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଜରୁରୀ କାଳୀନ ସେବା ସଂସ୍ଥା ଓ ସ୍ବଚ୍ଛାସେବୀ ସଂଗଠନ ର ସହଯୋଗ କାମନା କରିଥିଲେ। ସେଵାୟତ ସଂଘ ର ଦାବି ସମ୍ପର୍କରେ ତୁରନ୍ତ ସମାଧାନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା। ମନ୍ଦିର ଭିତରେ, ଵାହାରେ, ମେଳା ରେ, ପାର୍କିଙ୍ଗ ଓ ପୋଲିସ ପାଟ୍ରୋଲିଂ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଥିଲେ। ମନ୍ଦିର ସମ୍ମୁଖରେ ବାରିକେଟ ନିର୍ମାଣ ଓ ଵଜାରରାସ୍ତା ମରାମତି କାର୍ଯ୍ୟ ନିର୍ମାଣ ଵିଭାଗ ଉପରେ ନ୍ୟସ୍ତ କରାଯାଇଥିଲା। ଦର୍ଶନ ପାଇଁ 
ଲମ୍ବା ଧାଡିରେ ରହିଥିବା ଶ୍ରଦ୍ଧାଳୁ ଙ୍କ ଉପରେ ଜଳ ସିଞ୍ଚନ ଓ ଦିପଷ୍ଟାଣ୍ଡ ନିକଟରେ ଅଗ୍ନିଶମ ଵିଭାଗ କର୍ମଚାରୀ ମୁତୟନ ରହିବେ। ଗୋଟିଏ ଆମ୍ଵୁଲାନ୍ସ ସହ ଦୁଇଟି ଆଶୁଚିକିତ୍ସା କେନ୍ଦ୍ର, ପିଇବା ପାଣି, ଅସ୍ଥାୟୀ ଶୌଚାଳୟ, ନିରବଚ୍ଛିନ୍ନ ଆଲୋକ, ମନ୍ଦିର ରଙ୍ଗ, ଫୁଲ ଓ ଆଲୋକ ସଜ୍ଜା, ବ୍ୟାଙ୍କ ଗୁଡିକ ପାନୀୟ ଜଳ ଯୋଗାଇବା ଏବଂ ରେଡକ୍ରସ, ସ୍କାଉଟ୍, ଗାଇଡ, କଲେଜ, ସ୍କୁଲ ଛାତ୍ରୀଛତ୍ର ମାନଙ୍କ ସହ ସ୍ବଚ୍ଛାସେବୀ ସଂଗଠନ ପକ୍ଷରୁ ସେଵା ଯୋଗାଇ ଦେଵାକୁ ଆଲୋଚନା କରାଯାଇଥିଲା। ସଫେଇ କାର୍ଯ୍ୟ ପ୍ରତିବର୍ଷ ପରି ସାକ୍ଷୀଗୋପାଳ ନିୟନ୍ତ୍ରିତ ଵଜାର କମିଟି କରିବା ଦାୟିତ୍ୱ ତୁଲାଇବେ। ଆଗକୁ ପ୍ରତିକୂଳ ପାଗକୁ ଲକ୍ଷ୍ୟରଖି ପ୍ରସ୍ତୁତି ତୁରନ୍ତ ଆରମ୍ଭ କରିଵାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ଭବ ତାରଣ ସାହୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ, ସହକାରୀ ଦେଵୋତ୍ତର କମିଶନର ଗଗନ ସାହୁ, ପିପିଲି ଏସଡିପିଓ ଦେବଦତ୍ତ ଵରାଳ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ବିଡ଼ିଓ ଲୋଚନ ଦାସ, ଆଇଆଇସି ବିଜୟ କେତନ ଵେହେରା, ମନ୍ଦିର ଇ. ଓ ଵସନ୍ତ ପ୍ରଧାନ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ଵିଜୟ ନନ୍ଦ, କୋଷାଧ୍ୟକ୍ଷ ଉମେଶ ନନ୍ଦ ଓ କର୍ମକର୍ତ୍ତା ମାନେ ଆଲୋଚନା ରେ ଭାଗ ନେଇଥିଲେ।

ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments