Recent

6/recent/ticker-posts

ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳୀ ଜନଶକ୍ତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସଭାପତି ତ୍ରିନାଥ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ କିପରି ପାଳନ କରାଯିବ ସେ ଉପରେ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ସରପଞ୍ଚ ସୁବାସ ବେହେରା,ଶିକ୍ଷା ବିଭାଗୀୟ ଅଧିକାରୀ, ଅବସରପ୍ରାପ୍ତ ଶିକ୍ଷକ,ଶିକ୍ଷା କମିଟି ର ସଭାପତି ସୁବାସ ଚନ୍ଦ୍ର ମିଶ୍ର , ପ୍ରଧାନ  ଶିକ୍ଷକ ନିରଞ୍ଜନ ଦାସ,ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର ପ୍ରମୁଖ  ଉପସ୍ଥିତ ଥିଲେ।

ରିପୋର୍ଟ: ବର୍ଷା ନାଏକ(ନୂଆଗାଁ) 

Post a Comment

0 Comments