Recent

6/recent/ticker-posts

ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନକେନ୍ଦ୍ର ପରିଦର୍ଶନ

କଲେ 
ଚଣ୍ଡୀଗଡ଼ କୃଷି ବିଶ୍ୱବିଦ୍ୟାଳୟ ର 
Executive Director.ମାନ୍ୟବର ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ଦାସ.

ରିଖ ୫/୧୧/୨୦୨୨ ରେ କୃଷି ବିଶ୍ଵ ବିଦ୍ୟାଳୟ, ଚଣ୍ଡୀଗଡ଼ର ExecutiveDirector ମାନ୍ୟବରପ୍ରଫେସର  ଡ଼ା ସଞ୍ଜୟ କୁମାର ଦାସ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚଳିତ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ। ଉକ୍ତ ଅନୁଷ୍ଠାନ ରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ା ସଞ୍ଜୟ କୁମାର ମହାନ୍ତି ଏବଂ ଅନ୍ୟ ବିଭାଗରେ ନିଯୁକ୍ତ ବୈଜ୍ଞାନିକଗଣଙ୍କ ସହ ସେ କେନ୍ଦ୍ର ପରିସରରେ ଚାଳିତ ବିଭିନ୍ନ ବିଭାଗ ତଥା ମାଛ ଚାଷ, ଉନ୍ନତ କିସମ ଶସ୍ୟ ମଞ୍ଜି ଉତ୍ପାଦନ, ଛତୁ ଚାଷ, ଜିଆ ଖତ ଚାଷ, ପନିପରିବା ତଥା ଫୁଲ ଫଳ ଚାଷ ଆଦି ନିରୀକ୍ଷଣ କରିବା ସହ ଜଳବାୟୁ ନମନୀୟ କୃଷି କୌଶଳ ଆଦିକୁ ବହୁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ସଞ୍ଜୟ କୁମାର ମହାନ୍ତି, ଡ଼ା ଦୀପଶିକା ପରଂଜିତା, ଡ଼ା ସୁମିତା ଆଚାର୍ଯ୍ୟ, ସୋନିତା ସେଠୀ, ନିଭା ମହାପାତ୍ର, ଚନ୍ଦନା ମହାପାତ୍ର, ମଧୁସ୍ମିତା ସାହୁ ଓ ଅନ୍ୟ କାର୍ଯକର୍ତ୍ତା ମାନଙ୍କ ମିଳିତ ସହଯୋଗ ରେ ସମ୍ଭବ ହୋଇପାରିଥିଲା।

Post a Comment

0 Comments