Recent

6/recent/ticker-posts

ଓଡିଶା ସରକାର ଆଇନ୍ ମନ୍ତ୍ରୀଙ୍କ ଉପସ୍ଥିତି ରେ ନମଣବନ୍ଧ ଆଡ଼ିବନ୍ଧ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଚିଲିକା :-ଜଳସେଚନ ବିଭାଗ ପକ୍ଷରୁ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ସ୍ଥିତ କଳକଳେଶ୍ବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମ ନିକଟସ୍ଥ ନମଣବନ୍ଧ ଆଡ଼ିବନ୍ଧ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନକରିଥିଲେ।

ଏହି ‌ପ୍ରକଳ୍ପ ହେବା ଦ୍ୱାରା ଅନେକ ଚାଷୀ ଭାଇ ଓ ଭଉଣୀ ନିଜ ଜମିରେ ଜଳସେଚନ କରି ଉପକୃତ ହୋଇପାରିବେ।

ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ରାହୁଲ ଯାଦବ,ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ପ୍ରିୟଙ୍କା ବେହେରା,ସହକାରୀ ଯନ୍ତ୍ରୀ ଇଂ ପରିମିତା ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଚିଲିକା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁ,କଳକଳେଶ୍ବର ଗ୍ରା:ପର ସରପଞ୍ଚ ଶ୍ରୀ ଜ୍ୟୋତ୍ସ୍ନା ଜେନା,ସମିତିସଭ୍ୟା ଶ୍ରୀମତୀ ସବିତା ବିଶ୍ବାଳ, ମଣ୍ଡଳ ଭାଜପା ସଭାପତି ଶ୍ରୀ ସମର ରଞ୍ଜନ ସୁବୁଦ୍ଧିଙ୍କ ସମେତ ସ୍ଥାନୀୟ ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
 # saradunianews 

Post a Comment

0 Comments