ଦିଲ୍ଲୀ:-ବମ୍ବେରୁ ବାଙ୍ଗାଲୋର ଯାଉଥିବା ଟ୍ରେନର ଟିଟି ସିଟ୍ ତଳେ ଲୁଚିଥିବା ୧୩/୧୪ ବର୍ଷର ଝିଅଟିକୁ ଟିକେଟ ଦେଖାଇବାକୁ କହିଲେ । ଝିଅଟି ଥରି ଥରି ଟିକେଟ ନାହିଁ ବୋଲି କହିବାରୁ ଟିଟି ଜଣକ ଝିଅଟିକୁ ଟ୍ରେନରୁ ଓହ୍ଲେଇ ଯିବାକୁ କହିଲେ ।କିନ୍ତୁ ସେହି ଡବାରେ ଯାତ୍ରା କରୁଥିବା #ପ୍ରଫେସର_ଉଷା_ବାନାର୍ଜୀ ଝିଅଟିର ଟିକେଟ ପାଇଁ ଭଡା ଟିଟିଙ୍କୁ ଦେଇଦେଲେ। ଝିଅଟିକୁ କେଉଠିକୁ ଯାଉଛି ବୋଲି ପଚାରିଲେ । ଝିଅଟି କେଉଁଠିକୁ ଯାଉଛି କହି ନପାରିବାରୁ ଏବଂ ତାର କେହି ନାହାନ୍ତି ଜାଣିବାପରେ ଉଷାଜୀ ତାକୁ ସାଙ୍ଗରେ ବାଙ୍ଗାଲୋର ନେଇ ଆସିଲେ । #ଚିତ୍ରା ନାମ୍ନୀ ସେହି ଝିଅଟିକୁ ସେ ତାଙ୍କର ଜଣାଶୁଣା ଗୋଟିଏ ଅନାଥାଶ୍ରମରେ ରଖିବାର ସବୁ ବ୍ୟବସ୍ଥା କରି ଭଲ ସ୍କୁଲରେ ନାମ ଲେଖାଇଲେ। ତାର ସମସ୍ତ ଦାୟିତ୍ବ ନିଜେ ନିର୍ବାହ କରିଥିଲେ ।
କିଛି ଦିନ ପରେ ପ୍ରଫେସର ଉଷା ମ୍ୟାଡାମଙ୍କ ବଦଳି ଦିଲ୍ଲୀକୁ ହେଇଗଲା। ।ଏଣୁ ତାଙ୍କର ଚିତ୍ରା ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିପାରିଲା ନାହିଁ ,ଅବଶ୍ୟ ମଝିରେ ମଝିରେ ଫୋନରେ ଯୋଗାଯୋଗ ହେଉଥାଏ
ପ୍ରାୟ କୋଡିଏ ବର୍ଷ ପରେ ଉଷାଜୀ ସାନ-ଫ୍ରାନସିସକୋ ,ଆମେରିକାରେ ନିମନ୍ତ୍ରଣ ପାଇ ଅତିଥି ଭାଷଣ ପ୍ରଦାନ କରିବାପାଇଁ ଯାଇଥିଲେ । ସେ ରହୁଥିବା ହୋଟେଲର ବିଲ ଦାଖଲ କଲାବେଳେ ତାଙ୍କ ପଛରେ ଠିଆ ହୋଇଥିବା ସୁନ୍ଦର ଦମ୍ପତି ବିଲ ଦେଇଦେଇଥିବାର ଜାଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ,"ତୁମେ କାହିଁକି ମୋର ବିଲ ଦେବ "?
ମହିଳା ଜଣକ କହିଲେ ,ଆଜ୍ଞା ବମ୍ବେରୁ ବାଙ୍ଗାଲୋର ଟ୍ରେନ ଟିକେଟ ପାଖରେ ଏହି ବିଲ କିଛି ନୁହେ "
ପ୍ରଫେସର ଉଷା ଦେବୀ ଖୁସି ହେଇ "ଆରେ ତୁମେ ଚିତ୍ରା !!" ବୋଲି ଚିହ୍ନି ପାରିଲେ।
ଆଜ୍ଞା, ସେ ଚିତ୍ରା କିଏ ଜାଣିଛନ୍ତି !! ସିଏ ହେଉଛନ୍ତି ଇନଫୋସିସ ଫାଉଣ୍ଡେସନର ଚେୟାରମେନ #ସୁଧା_ମୂର୍ତ୍ତି : #ନାରାୟଣ_ମୂର୍ତ୍ତି , #ଇନଫୋସିସର ପ୍ରତିଷ୍ଠାତାଙ୍କ ଧର୍ମ ପତ୍ନୀ ।!! ଆଉ ଏବେ ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହୋଇ ସମ୍ମାନିତା ପାର୍ଲିଆମେଣ୍ଟ ସଦସ୍ୟା।
ଏହି ଲେଖାଟି ତାଙ୍କ ଦ୍ଵାରା ଲିଖିତ ପୁସ୍ତକ " THE DAY EYE STOPPED DRINKING MILK" ରେ ବର୍ଣ୍ଣିତ ଗପର ଛାୟାରେ ଲିଖିତ ।
ଅନେକ ସମୟରେ ଜଣକୁ କରିଥିବା ଛୋଟିଆ ସାହାଯ୍ୟ ତାଙ୍କର ଜୀବନର ଗତିପଥ ବଦଳାଇ ଦେଇ ଥାଏ । ସେହି ସାହାଯ୍ୟ ଠାରୁ ବଡ଼ ଧର୍ମ , ପୁଣ୍ୟ କିଛିନାହିଁ।
#postoftheday #highlight


0 Comments