Recent

6/recent/ticker-posts

ବଲାଙ୍ଗିର ଜେଲ୍‌ରେ କଏଦୀର ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ କଲେ ପରିବାର

ବଲାଙ୍ଗିର ଜେଲ୍‌ ଭିତରେ ଏକ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ମୃତ କଏଦୀଙ୍କ ପରିଚୟ ଗୋପାଳ ସାହୁ ଭାବେ ହୋଇଛି। ସେ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ସଜା କାଟୁଥିଲେ। ସୂଚନା ଅନୁସାରେ, ଜେଲ୍‌ ଭିତରେ ସେ ନିଜେ ପିନ୍ଧିଥିବା ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଥିବା ବେଳେ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଜେଲ୍‌ ପ୍ରଶାସନ ମଧ୍ୟରେ ଚଞ୍ଚଳତା ସୃଷ୍ଟି ହୋଇଛି।

ଗୋପାଳ ସାହୁ ୨୦୨୧ ମସିହାରେ ପତ୍ନୀ ହତ୍ୟା ମାମଲାରେ ଗିରଫ ହୋଇଥିଲେ ଏବଂ ୨୦୨୩ ମସିହାରେ ଆଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲା। ସେଠାରୁ ସେ ବଲାଙ୍ଗିର ଜେଲ୍‌ରେ ସଜା କାଟୁଥିଲେ। କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ଜେଲ୍‌ ଭିତରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସହିତ ସମଗ୍ର ଘଟଣାର ସତ୍ୟାସତ୍ୟ ଜଣାପଡ଼ିନାହିଁ। 

Post a Comment

0 Comments