Recent

6/recent/ticker-posts

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ଆରମ୍ଭ

୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହେବ। ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ।


ଭୁବନେଶ୍ୱର, ୨ ଜୁନ୍ ୨୦୨୨

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ। ୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହେବ। ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ଜୁନ ୨ ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଯାଏ ଖାତା ଦେଖା ହେବ। ଜୁନ୍ ୪ରେ ଖାତା ଦେଖା ବନ୍ଦ ରହିବ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ ୪ ତାରିଖରେ ସରିବ। ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ  ସୂଚନା  ଦେଇଥିଲେ।


Post a Comment

0 Comments