ବରଗଡ଼: ନବୀନଙ୍କ ମନ୍ତ୍ରୀଣ୍ଡଳରେ ନୂତନ ଭାବେ ଦାୟିତ୍ଵ ନେବାପରେ ରିତା ସାହୁଙ୍କୁ ସବୁଠି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ମିଳୁଛି । ଆଜି ଗାଇସିଲେଟ ଠାରେ ମନ୍ତ୍ରୀଙ୍କୁ ବିଜେଡ଼ି ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଲଙ୍ଗାପାଲି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସିବା ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଶହୀଦ ସ୍ତମ୍ଭ ଓ ଆମ୍ବେଦକର ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଗାଇସିଲେଟ ବିଜେଡ଼ି କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଣ୍ଡଳ ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ଅବସରରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିଥିଲେ । ଭତ୍ତା ଟଙ୍କା ହାତରେ ମିଳିବା ବଦଳରେ ଏବେ ଆକାଉଣ୍ଟରେ ଆସୁଥିବାରୁ ଗରିବ ବୃଦ୍ଧ ବୃଦ୍ଧା ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଇସିଲେଟ ସରପଞ୍ଚ ସଂଘ କୋଷାଧ୍ୟକ୍ଷ ଅର୍ପିତା ପଣ୍ଡା ମନ୍ତ୍ରୀଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ, ମନ୍ତ୍ରୀ ଶ୍ରୀମତୀ ରିତା ସାହୁ
ଲୋକଙ୍କ ପ୍ରତିଟି କଥାକୁ ଧ୍ୟାନର ସହ ଶୁଣିଥିବାରୁ ଗାଇସିଲେଟ ବାସୀ ଅତ୍ୟନ୍ତ ଖୁସି ଜାହିର କରିଥିଲେ । ନାଗରିକ ସଂଘ, ବଣିକ ସଂଘ ଓ ଓକିଲ ସଂଘ ତରଫରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
ରିପୋର୍ଟ: ରଜନୀକାନ୍ତ ସାହୁ (ବରଗଡ)


0 Comments