ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶାର ପୁରପଲ୍ଲୀରେ ତାଙ୍କର ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି।ଅନେକ ସ୍ଥାନରେ ତାଙ୍କ ତ୍ୟାଗ ,ଆଦର୍ଶ ସେବା ର ଗୁଣଗାନ କରାଯାଉଛି ।କେଉଁଠି ସଭା ସମିତିର ଆୟୋଜନ ତ ଆଉ କେଉଁଠି ତାଙ୍କ ଆତ୍ମ ଜୀବନୀର କବିତା ପାଠୋତ୍ସବ କରାଯାଉଛି । କିନ୍ତୁ ଜଣେ ଶିକ୍ଷୟିତ୍ରୀ ବୃକ୍ଷ ରୋପଣ କରି ଗୋପନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଥିବା ଦେଖିବାକୁ ମିଳିଛି । ସେ ହେଲେ ଅତାବିରା ବ୍ଲକ ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା । ସେ କହନ୍ତି ,ଆଜିର ସମାଜ ଗୋପବନ୍ଧୁଙ୍କ ଆଦର୍ଶମାର୍ଗ କୁ ଭୁଲିଯାଇଛି ।ପ୍ରତି ମୁହୂର୍ତ୍ତରେ ଅନ୍ୟାୟ ଅହିଂସା ରେ ମଣିଷ ପରସ୍ପର ର ଅନିଷ୍ଠ କରି ଚାଲିଛି।ସମାଜରେ ଅନ୍ୟ ପାଇଁ ବଞ୍ଚିବା ମଣିଷ ଆଜି ମିଳିବା କଷ୍ଟକର ହୋଇପଡିଛି ।ତେଣୁ ପୁଣି ଥରେ ସେଇ ମହାନ ଆତ୍ମା ଙ୍କ ର ଆବିର୍ଭାବ ର ଆବଶ୍ୟକତା ରହିଛି। ମାନବ ସେବା କୁ ନିଜ ଜୀବନରେ ପ୍ରାଥମିକତା ଦେଇ ଜୀବନ ସାରା ସେବାରେ ବ୍ରତୀ ହୋଇ ରହିଥିବା ଦରିଦ୍ର ମାନଙ୍କ ବନ୍ଧୁ ଗୋପବନ୍ଧୁ ଙ୍କ ସ୍ମୃତି ରେ ଆଜି ସେ ଏହି ବୃକ୍ଷ ରୋପଣ କରି ପୁଣି ଥରେ ଲୋକଙ୍କ ମନରେ ଗୋପବନ୍ଧୁ ଙ୍କ ଜୀବନାଦର୍ଶ କୁ ଉଦଯିବିତ କରିବାର ପ୍ରୟାସ କରିଛନ୍ତି । ରାସ୍ତା କଡ ତଥା କୁଷ୍ଠାଶ୍ରମ ରେ ଗଛ ଲଗାଇ ସେଠାରେ ଗୋପବନ୍ଧୁ ଙ୍କ କିଛି ନୀତିବାଣୀ ଥିବା ପ୍ଲାକାର୍ଡ ରଖି ଦେଇଛନ୍ତି ,ଯେପରି ଲୋକଙ୍କ ଦୃଷ୍ଟି ତାଙ୍କ ବାଣୀ ଉପରେ ପଡ଼ିବ ଓ ଲୋକଙ୍କର କିଛି ପରିବର୍ତ୍ତନ ହେବ । ତାଙ୍କର ଏହି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରସଂସା କରାଯାଇଛି,
ରିପୋର୍ଟ: ରଜନୀକାନ୍ତ ସାହୁ (ବରଗଡ)


0 Comments