ଜାପାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ଲାଗିବା ପରେ ତାଙ୍କର ମୃତ୍ୟୁ ଖବରକୁ ବିଶ୍ୱ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କର ହଠାତ୍ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଆବେଙ୍କ ସହିତ ମୋର ଅନେକ ବର୍ଷ ଧରି ସମ୍ପର୍କ ଥିଲା। ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ମୁଁ ତାଙ୍କୁ ଜାଣିଥିଲି। ଆବେଙ୍କ ମୃତ୍ୟୁକୁ ନେଇ ଆସନ୍ତାକାଲି ଦିନକ ପାଇଁ ଜାତୀୟ ଶୋକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।


0 Comments