Recent

6/recent/ticker-posts

ପ୍ରେସ କ୍ଲବ ସାକ୍ଷୀଗୋପାଳ ତରଫରୁ ସ୍ୱତନ୍ତ୍ର ବୈଠକ

 ବିଦ୍ୟାଳୟ କୁ ଗଣମାଧ୍ୟମ ପ୍ରବେଶ ନିଷେଧ କୁ ନେଇ "ପ୍ରେସ କ୍ଲବ -ସାକ୍ଷୀଗୋପାଳ" ର ସ୍ୱତନ୍ତ୍ର ବୈଠକ

ଓଡିଶା ରେ ଗଣମାଧ୍ୟମ ର ସ୍ୱାଧୀନତା କୁ ନିଜ ହାତମୁଠାକୁ ନେଇ , ବିଭିନ୍ନ ନିୟମ , ସରକାରୀ  ଅର୍ଡର ରେ ଗଣମାଧ୍ୟମକୁ ଚାବି ଦିଆ ଖେଳନା ସଜେଇବାରେ ବ୍ୟସ୍ତ ରାଜନେତା ମାନେ । ବିଦ୍ୟାଳୟ ର ସମସ୍ତ ଟିକିନିଖି ଖବର ତଥା ପିଲାମାନଙ୍କ ପାଠପଢ଼ାରେ ଉନ୍ନତି , ଶିକ୍ଷକ - ସିକ୍ଷୟତ୍ରୀ ମାନଙ୍କ ର ବିଦ୍ୟାଳୟରେ ଏକଛତ୍ରବାଦ ନୀତି କୁ ଦମନ କରି ଜନତାଙ୍କ ସମ୍ମୁଖକୁ ଆଣିବାରେ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କରୋନା ସମୟରେ ଯେତେବେଳେ ସମସ୍ତେ ଲକଡାଉନ ରେ ଘରେ ରହିଥିଲେ ସେତେବେଳେ ଏହି ଗଣମାଧ୍ୟମ ହିଁ ସାଜିଥିଲା ମନ୍ତ୍ରୀ , ନେତା ଓ ଜନତାଙ୍କ ର ଆଶାବାଡି । କିନ୍ତୁ ଆଜି ସେଇ ଗଣମାଧ୍ୟମ କୁ ବିଦ୍ୟାଳୟ କୁ ମନା କରି ମନ୍ତ୍ରୀ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ତାହା ଅସ୍ପଷ୍ଟ । ପ୍ରେସକ୍ଲବ ସାକ୍ଷୀଗୋପାଳର ସ୍ଵତନ୍ତ୍ର ବୈଠକରେ ଏହି ବିଷୟରେ ଆଲୋଚନା  କରାଯାଇ ନିଷ୍ପତି

ବଦଳାଇବାକୁ ଦାବୀକରିବା ସହିତ ଆଗାମୀ ଦିନରେ କଲମ ଛାଡ଼ ଆନ୍ଦୋଳନ କରିବେ

ବୋଲି କ୍ଳବର ସମସ୍ତ ସଦ୍ୟସ ମାନେ ପ୍ରକାଶ କରିଛନ୍ତି ।


ରିପୋର୍ଟ:- ପୂର୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments