Recent

6/recent/ticker-posts

ମାନିଲେନି କଟକଣା, ରଥରେ ଚଢି ମହାପ୍ରଭୁଙ୍କୁ ଛୁଇଁଲେ ସେବାୟତ : ଫଟୋ ଭାଇରାଲ ପରେ ପ୍ରଶ୍ନ ଉଠାଇଲେ ଶ୍ରଦ୍ଧାଳୁ


ପୁରୀ: ମାନିଲେନି କଟକଣା, ରଥଚଢି ମହାପ୍ରଭୁଙ୍କୁ ଛୁଇଁଲେ ଅନଧିକୃତ ବ୍ୟକ୍ତି । ଗତକାଲି ନିଳାଦ୍ରୀ ବିଜେ ବେଳେ ନୀତି ବାହାରେ ଥିବା ସେବାୟତ ରଥ ଚଢିଥିଲେ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ଅଣସ୍ୱୀକୃତ ସେବାୟତ ଅବା ତାଙ୍କ ପରିବାର ମହାପ୍ରଭୁଙ୍କୁ ଛୁଇଁ ପାରିବେ ନାହିଁ ବୋଲି କଟକଣା ରହିଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏପରି କହିବା ପରେ ପ୍ରଶାସନ ୨୦୧୫ ମସିହାରୁ ରଥ ଚାରିପଟେ ବାଡ଼ା ବସାଉଛି । କିନ୍ତୁ ଗତକାଲି ନିଳାଦ୍ରୀବିଜେ ବେଳେ ଏହି ନିୟମର ଉଲ୍ଲଘନ ହୋଇଛି ।

ନିଳାଦ୍ରୀବିଜେ ବେଳେ ସୁରକ୍ଷା କର୍ମୀଙ୍କ ସହିତ ପ୍ରଶାସନର ଉପସ୍ଥିତିରେ ଆଖିରେ ଆଙ୍ଗୁଠି ଗେଞ୍ଜି କେତେକ ସେବାୟତ ନିଜ ପରିବାରକୁ ନେଇ ରଥରେ ମହାପ୍ରଭୁଙ୍କୁ ଛୁଆଁଇଛନ୍ତି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଶାସନ ଏହା ଉପରେ ଏଯାଏ କୌଣସି ପଦକ୍ଷେପ ନେଇନାହିଁ । ୨୦୧୫ ମସିହାରେ ଜଣେ ନୀତି ସମ୍ପୃକ୍ତ ନ ଥିବା ସେବାୟତ ତାଙ୍କ ପରିବାର ଲୋକଙ୍କୁ ନେଇ ରଥାରୂଢ଼ ମହାପ୍ରଭୁଙ୍କୁ ଛୁଆଇଁବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତା’ପରଠାରୁ ଆଶା କରାଯାଉଥିଲା, ସେବାୟତମାନେ ନିୟମକୁ ପାଳନ କରିବେ । ହେଲେ ଏହି କଟକଣାକୁ କେତେକ ସେବାୟତ ମାନି ନାହାନ୍ତି ।


Post a Comment

0 Comments