Recent

6/recent/ticker-posts

ମୋଟର ସାଇକଲ୍ ଦୁର୍ଘଟଣା

ଡେଲାଙ୍ଗ  : କଲ୍ୟାଣପୁର ମହାବିଦ୍ୟାଳୟ ଛକଠାରେ ଦୁଇଟି ମୋଟର ସାଇକେଲ୍ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡା . ରାକେଶ ପଣ୍ଡା ସୂଚନା ଦେଇଛନ୍ତି । ଗୁରୁତରମାନେ ହେଲେ ଘୋରଡ଼ିଆ ଗ୍ରାମର ଅବ୍‌ଦୁଲ୍ ଅଞ୍ଜୁମ୍ ଖାନ୍ , ଟି . ଖାନ୍ , ପିପିଲି ଅଞ୍ଚଳର ବାଞ୍ଛ ବେହେରା , ନିମାପଡ଼ାର ଶିବାନନ୍ଦ ବେହେରା । ବୁଧବାର ସନ୍ଧ୍ୟାରେ ଡେଲାଙ୍ଗ ପଟୁ ଆସୁଥିବା ମୋଟର ଜଣେ ମୃତ , ୪ ଗୁରୁତର ସାଇକେଲ୍ ସହ କଣାସ ଆଡୁ ଆସୁଥିବା ମୋଟର ସାଇକେଲ୍‌ର ମୁହାଁମୁହଁ ହୋଇଥିଲା । ଫଳରେ ଦୁଇ ମୋଟର ସାଇକେଲ୍‌ରେ ଥିବା ୫ଜଣ ଗୁରୁତର ହୋଇଥିଲେ । ଗ୍ରାମବାସୀମାନେ ଆହତଙ୍କୁ ଉଦ୍ଧାର କରି ଡେଲାଙ୍ଗ ଚିକିତ୍ସାଳୟକୁ ପଠାଇବାର କିଛି ସମୟ ପରେ ସନ୍ନିକଟ ନାଳରୁ ଜଣେ ମୃତ ବ୍ୟକ୍ତିର ଶବକୁ ଉଦ୍ଧାର କରିଥିଲେ । ମୃତକଙ୍କ ପକେଟ୍‌ରେ ଥିବା ପରିଚୟ ପତ୍ରରୁ ତାଙ୍କ ନାମ ରବି ବେହେରା , ଘର ହାଟସାହି , ପିପିଲି ବୋଲି ଜଣାପଡ଼ିଛି । ଖବର ପାଇ ଡେଲାଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି ।
ରିପୋର୍ଟ:- ସିଦ୍ଧାର୍ଥ ବଳବନ୍ତରାୟ(ଡେ଼ଲାଙ୍ଗ)

Post a Comment

0 Comments