Recent

6/recent/ticker-posts

ସିଡିଓ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦ୍ବାରା ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ ।


ଡେଲାଙ୍ଗ : ଜ୍ୟୋତି ଶଙ୍କର ମହାପାତ୍ର ସିଡିଓ କମ ଇଓ ଜିଲ୍ଲା ପରିଷଦ ପୁରୀ ଡେଲାଙ୍ଗ ବ୍ଲକ ପରିଦର୍ଶନରେ ଆସି ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ୫ଟି ରୂପାନ୍ତରଣ ଅନୁଷ୍ଠାନ ବିଦ୍ୟାଳୟଗୁଡିକର ସ୍ଥିତି କରିଛନ୍ତି । ଏହି ଉପଲକ୍ଷେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ
ସମ୍ମିଳନୀ କକ୍ଷରେ ସୋମବାର ଏକ ବୈଠକ ଆୟୋଜିତ ହୋଇଥିଲା ! ଏଥୁରେ ସିଡିଓ ଶ୍ରୀ ମହାପାତ୍ରଙ୍କ ସହ ଜିଲ୍ଲା ବିଜ୍ଞାନ ସୁପରଭାଇଜର ସନ୍ତୋଷ କୁମାର ଚୌଧୁରୀ , ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ , ବ୍ଲକ ଅଧକ୍ଷ୍ୟା ବାସନ୍ତି ସାହୁ , ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ , ବ୍ଲକ ସହାୟକ ନିର୍ବାହୀ ଯନ୍ତ୍ରୀ ରାଜେଶ୍ବର ମହାରଣା ସମେତ ବିଭାଗୀୟ ଜେଇ ଓ ୯ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଏସ୍ଏମ୍‌ସିର ସଭାପତି , ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧୂ ମାନେ ଯୋଗ ଦେଇଥିଲେ । ସିଡିଓ ଶ୍ରୀ ମହାପାତ୍ର ୯ଟି ରୂପାନ୍ତର ଉଚ୍ଚ ବିଦ୍ୟାଳୟ
ଗୁଡିକର ସ୍ଥିତି ସମ୍ପର୍କରେ ବୁଝିବା ସହ ରୂପାନ୍ତରଣ ପରେ ସେହି ସ୍କୁଲ ଗୁଡିକର ରକ୍ଷଣା ବେକ୍ଷଣ ଦାୟିତ୍ବ ବିଦ୍ୟାଳୟ ପରିଚାଳନା କମିଟିର ବିଦ୍ୟାଳୟ ବିକାଶରେ ଏସ୍ଏମ୍‌ସି , ଆଲୁମିନା ଓ ଗ୍ରାମ ପଞ୍ଚାୟତ ଜନ ପ୍ରତିନିଧୂ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଡିଓ ଶ୍ରୀ ଷଡଙ୍ଗୀ ତୃତୀୟ ପର୍ଯ୍ୟାୟରେ ୫ଟି ଅନ୍ତର୍ଭୁକ୍ତ ଉଚ୍ଚ ବିଦ୍ୟାଳୟଗୁଡିକ ସମ୍ପର୍କରେ ସମସ୍ତ ତଥ୍ୟ ସିଡିଓ ଶ୍ରୀ ମହାପାତ୍ରଙ୍କୁ ଅବଗତ କରାଇବା ସହ ଫିଜିକାଲି ପରିଦର୍ଶନ କରିଥିଲେ । ଡେଲାଙ୍ଗ ବ୍ଲକ ଅଧୀନସ୍ଥ ୯ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ରୂପାନ୍ତରିକରଣରେଅନ୍ତର୍ଭୂଭକ୍ତ କରାଯାଇଥିବା ହାକପଡାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ବୋଲକଣାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ଖଣ୍ଡିମଙ୍ଗଳପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ସିଂହବରହମପୁର ଉତ୍କଳ ଗୌରବ ବିଦ୍ୟା ନିକେତନ , କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ , କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟ , ଗୋଡିପୁଟ ମାଟିଆପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ରଂଗଲର ବରାହୀ ଉଚ୍ଚ ବିଦ୍ୟାଳୟ , ମୂନିନ୍ଦାର କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟକୁ ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅନ୍ତର୍ଭୁକ୍ତ ଅଟେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାଷା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ: ସିଦ୍ଧାର୍ଥ ବଳବନ୍ତରାୟ (ଡେ଼ଲାଙ୍ଗ)

Post a Comment

0 Comments