ଖୋର୍ଦ୍ଧା: ଆଜି ୭.୦୭.୨୨ ତାରିଖ ଦିନ ଆପ୍ ଖୋର୍ଦ୍ଧା ଜିଲ୍ଲା ଟିମ୍ ତରଫରୁ ବରୁଣେଇ ମନ୍ଦିର ପୀଠ ରେ ବନ ମହୋତ୍ସବ ପାଳନ କରଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ଯୋଗଦେଇଥିଲେ ଏବଂ ପରିବର୍ତ୍ତନ ର ଚାରା ଲଗେଇବାକୁ ଆହ୍ୱାନ ଦେବା ସାଙ୍ଗରେ ଅରବିନ୍ଦ କେଜରିୱାଲ ସରକାରଙ୍କ ପରିବେଶ ମଡେଲ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ବୈଠକ ର ବିସ୍ତୃତ ଆଲୋଚନା କରିବା ସାଙ୍ଗରେ ଜିଲ୍ଲା ରେ ସଂଗଠନ ସୁଦୃଢ କରିବା ବିଷୟରେ ଆଲୋଚନା ହେଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂଗଠନିକ ସମ୍ପାଦକ ସୁନିଲ ଷଡ଼ଙ୍ଗୀ , ଶିକ୍ଷାବିତ୍ ଶ୍ରୀଯୁକ୍ତ ରମେଶ ବେହେରା, ଖୋର୍ଦ୍ଧା ବ୍ଲକ ଆବାହାକ ପ୍ରଶାନ୍ତ ରଣସିଂହ , ବେଗୁନିଆ ବ୍ଳକ ଆବାହକ କଳ୍ପତରୁ ପଣ୍ଡା ,ଯୁବ ନେତା ରାଜେଶ ଧଳ , ରାଜେନ୍ଦ୍ର ଭୋଇ , ଚନ୍ଦ୍ରଭାନୁ ମନ୍ତ୍ରୀ ଉପସ୍ଥିତ ଥିଲେ
ରିପୋର୍ଟ ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)


0 Comments