Recent

6/recent/ticker-posts

ଟାଙ୍ଗୀ ପୋଲିସର ଅକ୍ଲାନ୍ତ ପରିଶ୍ରମରେ ଚୋରା ଜୁପିଟର ସ୍କୁଟି ଜବତ।

ନିଳାଦ୍ରୀ ଭୂଷଣ ଗଡ଼ନାୟକ
ଟାଙ୍ଗୀ:ଭୁବନେଶ୍ୱର  ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ର ଚଢାଉ।ଗୋଟିଏ ଚୋରା ଜୁପିଟର ସ୍କୁଟି ଜବତ ସହ  ୨ ଗିରଫ।ଗିରଫ ଅଭିଯୁକ୍ତ  ଦ୍ୱୟ  ହେଲେ ଗଂଜାମ  ଜିଲା କୋଦଳା   ଥାନା ବେଲଝରି ଗ୍ରାମର  କ୍ରିଷ୍ଟା ଓରଫ କ୍ରୁଷ୍ଟଚନ୍ଦ୍ର ପ୍ରଧାନ ୨୮ ବର୍ଷ ଓ ନୟାଗଡ ଜିଲା ଚାନ୍ଦପୁର ଡୋମଣୀ ସାହିର  ଜଗନ୍ କୁମାର ସାହୁ ୩୨ ବର୍ଷ।ଗିରଫ ଅଭିଯୁକ୍ତ ଦ୍ୱୟ  କାଳୁପଡା ଘାଟ ଜଗା ବଳିଆ ଲଜ୍ ନିକଟରୁ ଗତ  ୮ ତାରିଖ ରାତିରେ ଏକ   ଜୁପିଟର ସ୍କୁଟିକୁ   ଚୋରୀ କରି ନେଈଥିଲେ
ଟାଙ୍ଗୀ ଥାନା ପୁତନା  ଗ୍ରାମର  ଯୁବକ ଦେବଦତ୍ତ  ପଟ୍ଟନାୟକ  ନିଜର ଏକ ଜୁପିଟର  ସ୍କୁଟିରେ  ଗତ  ୮ ତାରିଖରେ  ଜଣେ ସାଙ୍ଗର ବାହାଘର ରେ   ଯୋଗ ଦେବାକୁ  କାଳୁପଡା ଘାଟ ସ୍ଥିତ ଜଗା ବଳିଆ ଲଜ୍ କୁ ଆସିଥିଲେ।ଜଗା ବଳିଆ ଲଜ୍ ସମ୍ମୁଖରେ ସ୍କୁଟିକୁ  ରଖି ଦେଇ  ଦେବଦତ୍ତ  ବାହାଘର ରେ ସାମିଲ ହୋଇଥିଲେ,ତେବେ  ଭୋଜି ଖାଇ ସାରିବା ପରେ  ଲଜ୍ ନିକଟରେ ସ୍କୁଟିକୁ ନପାଇ ଏଣେ ତେଣେ ଖୋଜା ଖୋଜି କରିଥିଲେ ଏହା ପର ଦିନ ସକାଳୁ ସକାଳୁ  ଲୁଟେରା ଦ୍ୱୟ ଦେବଦତ୍ତଙ୍କ ମୋବାଇଲକୁ  କଲ୍ କରି ସ୍କୁଟି ଫେରାଇ ଦେବା ପାଇଁ  ୧୫ ହଜାର ଟଙ୍କା ମାଗିଥିଲେ,ଏ ନେଇ ଦେବଦତ୍ତ      ଟାଙ୍ଗୀ ଥାନାରେ ଅଭିଯୋଗ  କରିବା  ପରେ   ପୋଲିସ୍ ମୋବାଇଲ୍ କୁ ଟ୍ରାକ୍ କରି  ଲୁଟେରା ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ରିପୋର୍ଟ- ନୀଳାଦ୍ରି ଭୁଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)

Post a Comment

0 Comments