ନିଳାଦ୍ରୀ ଭୁଷଣ ଗଡ଼ନାୟକ
ଟାଙ୍ଗୀ:୨୪ ଘଣ୍ଟାର ରେସକ୍ୟୁ ଅପରେସନ ପରେ ମିଳିଲା ସୁଫଳ ପାଟ ନଇରୁ ମିଳିଲା ନିଖୋଜ ନାବାଳକର ମ୍ରୁତ ଦେହ । ଟାଙ୍ଗୀର ଅଗ୍ନିଶମ ବାହିନୀର ଜବାନ ମାନେ ଖୋଜି ପାଇଲେ ୧୪ ବର୍ଷର ନିଖୋଜ ନାବାଳକ ବିଜୁ ସାସମଲର ଶବକୁଊଦ୍ଧାର ପାଇଁ ଟାଙ୍ଗୀ ଥାନା ଛକଡି ପୁର ର ଭରତ ଦାସ ବନ୍ଧ ଓ ପାଟ ନଇରେ ଚାଲିଥିଲା ଗତ କାଲି ଠାରୁ ଚାଲିଥିଲା ରେସକ୍ୟୁ ଅପରେସନ, ହେଲେ ଗତ କାଲି ରାତି ହେବାରୁ ରେସକ୍ୟୁ ଅପରେସନ ବନ୍ଦ ରହିଥିଲା ।
ଗତ କାଲି ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଚିଲିକା ଅଗ୍ନିଶମ ବାହିନୀର ଯବାନ ମାନେ ଜଳର ପ୍ରଖର ସ୍ରୋତରେ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ବିଜୁ ସାସମଲକୁ ଠାବ କରିବାକୁ ହୋଇ ପାରିନଥିଲେ ,ସକ୍ଷମ ନଇକୁ ଗାଧୋଇବାକୁ ଯାଇ ବଢି ପାଣିରେ ଭାସି ଯାଇଥିଲେ ନାବାଳକ ବିଜୁ ସାସମଲ।ନିଜର ୪ ଜଣ ସାଙ୍ଗଙ୍କ ସହିତ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାଷି ଯାଇଥିଲେ ଵଢି ପାଣିରେ ବିଜୁ ସାସମଲ ବିଜୁ ପ୍ରଥମେ ପଶିଥିଲା ପାଣିରେ ହେଲେ ବିଜୁ ଭାସିଯିବାରୁ ଅନ୍ୟମାନେ ପାଣିକୁ ଯାଇନଥିଲେ
ବିଜୁ ସାସମଲ ହେଉଛନ୍ତି ବସପ ଛେଉଣ୍ଡ ତାଙ୍କର ଏକ ମାତ୍ର ବିଧବା ମା ଓ ସାନ ଭଉଣୀଙ୍କୁ ଚାଲିଥୀଲା ହସ ଖୁସିର ପରିବାର ଗତ ୨ ବର୍ଷ ତଳେ ବିଜୁଙ୍କର ବାପା ରଂଜନ ସାସମଲ ଦେହ ତ୍ୟାଗ କରିଥିଲେ ଏକ ଅଜଣା ରୋଗରେ ଏଭଳି ଅବସ୍ଥାରେ ପରିବାର ଓ ଛକଡି ପୁର ଗାଁରେ ଖେଳି ଯାଇଛି ଶୋକର ଛାୟା ମ୍ରୁତକଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।
ରିପୋର୍ଟ୍ ନୀଳାଦ୍ରି ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)


0 Comments