Recent

6/recent/ticker-posts

ଏକ୍ସପାରୀ ଇଂଜେକସନ ଦେବାପରେ ନାବାଳକ ଗୁରୁତର

ଟାଙ୍ଗୀ:ନାବାଳକଙ୍କୁ ଦିଆଗଲା ଏକ୍ସପାଏରୀ ଇଂଜେକସନ ଇଂଜେକସନ ଦେବାପରେ ନାବାଳକ ଗୁରୁତର ଟାଙ୍ଗୀ ମେଡିକାଲରେ ଭର୍ତି ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉନ୍ନତ ଚିକିସ୍ପା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ଗୁରୁତର ନାବାଳକର ନାମ ରଶ୍ମି ରଂଜନ ପଲେଇ ୧୨ ବର୍ଷ ଘର ଟାଙ୍ଗୀ ଥାନା ଝରିଆ ଗ୍ରାମରେ।ରଶ୍ମି ରଂଜନ ପେଟ ରୋଗରେ ଆକ୍ରାନ୍ତ ହୋଇ ଟାଙ୍ଗୀରେ ଶିଶୁରୋଗ ବିଶେଷଗ୍ୟ ଡା ସୁର୍ଯ୍ୟ ନାରାୟଣ ମିଶ୍ରଙ୍କୁ ଦେଖାକରିଥିଲେ ଆବଶ୍ୟକୀୟ ବିଶ୍ଳେଷଣ କରିବା ପରେ ଡାକ୍ତର ମିଶ୍ର ଲେଖିଥିଲେ ଜୋନ୍ ୫୦୦ ଇଂଜେକସନ ସହ ଅନ୍ୟାନ୍ୟ ଔଷଧ,ହେଲେ ନୟାଗଡ ଜିଲା ଚାନ୍ଦପୁର ରେ ଥିବା ଘରୋଇ କ୍ଲିନିକ୍ ରାମଚଣ୍ଡି ହସପିଟାଲ ଜୋନ୍ ୫୦୦ ବଦଳରେ ନାବାଳକଙ୍କୁ ଦେଇଥିଲା ଓଡିଶେଫ୍ ୫୦୦ ଗ୍ରାମ୍ ର ଇଂଜେକସନ,ଯେଉଁ ଓଡିଶେଫ୍ ଇଂଜେକସନ ୫୦୦ ଗ୍ରାମ୍ ଯାହା କି ୬ ମାସ ତଳେ ଏକ୍ସପାଏରୀ ହୋଇଯାଇଥିବା ଦେଖିବାକୁ ମିଳିଛି। ଫଳରେ ନାବାଳକ ଜଣକ ଏକ୍ସପାରୀ ଇଂଜେକସନ ପ୍ରଭାବରେ ଗୁରୁତର ହେବାରୁ ତାକୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ତେବେ ଏଠାରେ ଡାକ୍ତର ନାବାଳକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରି ଦେଇଛନ୍ତି।
ଏସଂପର୍କରେ ଘରୋଇ ମେଡିକାଲ ମାଲିକ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।ଏହି ଘଟଣାକୁ କେନ୍ଦ୍ର କରି ଘରୋଈ ମେଡିକାଲ ସମ୍ମୁଖରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନ ଦେଖାଦେଇଥିଲା ।

 ରିପୋର୍ଟ ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)

Post a Comment

0 Comments