ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।
ବର୍ଷା ଦିନେ ମେକ୍ଅପ୍ର ବ୍ୟବହାର ନିହାତି କମ୍ କରନ୍ତୁ
ବର୍ଷା ଦିନେ ଅନେକ ଲୋକଙ୍କର ସ୍କିନ୍ ଇନ୍ଫେକ୍ସନ୍ ହୋଇଥାଏ। ବର୍ଷା ଜଳରେ ବିଭିନ୍ନ ବ୍ୟାକ୍ଟେରିଆ ଏବଂ ଜୀବାଣୁ ଥା’ନ୍ତି। ତେଣୁ ବର୍ଷାରେ ଭିଜିବା ଦ୍ୱାରା ମୁହଁରେ ବ୍ରଣ ହେବା ସହିତ ଦାଗ ପଡ଼ିବା ଓ ଲାଲ୍ ହେବା ଭଳି ସମସ୍ୟା ଦେଖାଯାଏ। ତେଣୁ ବର୍ଷା ଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।
ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍ଫେକ୍ସନ୍ ହୋଇଥାଏ।
ଏହି ଦିନରେ ମୁହଁକୁ ଅତିକମ୍ରେ ୨ରୁ ୩ ଥର ଧୁଅନ୍ତୁ। କିନ୍ତୁ ସବୁ ସମୟରେ ଫେସୱାସ୍ର ବ୍ୟବହାର କରିବା ଉଚିତ୍ ନୁହେଁ।
ଆପଣ ହାଲକା ଗରମ ପାଣିରେ ମଧ୍ୟ ମୁହଁ ଧୋଇ ପାରିବେ। ଏହା ଦ୍ୱାରା ମୁହଁର ସମସ୍ତ ମଇଳା ଏବଂ ତେଲିଆ ଅଂଶ ସହଜରେ ବାହାରି ଯାଇଥାଏ।
ଫେସୱାସ୍ ବ୍ୟତୀତ ଆପଣ କ୍ଲିନ୍ଜର୍, ବେସନ, ଦହି ଏବଂ କଞ୍ଚା କ୍ଷୀରର ପେଷ୍ଟ୍ ପ୍ରସ୍ତୁତ କରି ମୁହଁ ସଫା କରିପାରିବେ।
ଅଧିକ ପାଣି ପିଅନ୍ତୁବର୍ଷା ଦିନେ ପାଗ ଥଣ୍ଡା ରହୁଥିବା ହେତୁ ଏତେ ଶୋଷ ଲାଗେ ନାହିଁ। ତେଣୁ ଆମେ ଖୁବ୍ କମ୍ ପାଣି ପିଇଥାଉ। ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମ୍ ହୋଇଯାଏ ଏବଂ ତ୍ୱଚାରେ ବ୍ରଣ ଓ କଳା ଦାଗ ଆଦି ଦେଖା ଦେଇଥାଏ।
ତେଣୁ ଭଲ ତଥା ସତେଜ ଏବଂ ଚମକଦାର ତ୍ୱଚା ପାଇଁ ଦିନକୁ ଅତି କମରେ ୧୦ରୁ ୧୨ ଗ୍ଲାସ୍ ପାଣି ପିଅନ୍ତୁ।
ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍।
ଏହି ଦିନରେ ମୁହଁକୁ ଅତିକମ୍ରେ ୨ରୁ ୩ ଥର ଧୁଅନ୍ତୁ। କିନ୍ତୁ ସବୁ ସମୟରେ ଫେସୱାସ୍ର ବ୍ୟବହାର କରିବା ଉଚିତ୍ ନୁହେଁ।
ଆପଣ ହାଲକା ଗରମ ପାଣିରେ ମଧ୍ୟ ମୁହଁ ଧୋଇ ପାରିବେ। ଏହା ଦ୍ୱାରା ମୁହଁର ସମସ୍ତ ମଇଳା ଏବଂ ତେଲିଆ ଅଂଶ ସହଜରେ ବାହାରି ଯାଇଥାଏ।
ଫେସୱାସ୍ ବ୍ୟତୀତ ଆପଣ କ୍ଲିନ୍ଜର୍, ବେସନ, ଦହି ଏବଂ କଞ୍ଚା କ୍ଷୀରର ପେଷ୍ଟ୍ ପ୍ରସ୍ତୁତ କରି ମୁହଁ ସଫା କରିପାରିବେ।
ଟୋନର ବ୍ୟବହାର କରନ୍ତୁ ନାହିଁ:ବର୍ଷା ଦିନେ ବାୟୁରେ ଆର୍ଦ୍ରତା ରହିଥିବାରୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ।
ଫଳରେ ତ୍ୱଚାର ପୋର୍ ଗୁଡ଼ିକ ବନ୍ଦ ହୋଇ ମୁହଁରେ ବ୍ରଣ, ଦାଗ ଓ ଲାଲ୍ ପଡ଼ିଯିବା ଭଳି ସମସ୍ୟା ଉପୁଜେ।
ଏହି ସୟରେ ଏକ ଭଲ ଆଣ୍ଟିବ୍ୟାକ୍ଟେରିଆଲ୍ ଟୋନର୍ ବ୍ୟବହାର କରନ୍ତୁ।
ଟୋନର୍ ବଦଳରେ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ।
ମେକ୍ଅପ୍ର ବ୍ୟବହାର କମ୍ କରନ୍ତୁବର୍ଷା ଦିନେ ମେକ୍ଅପ୍ର ବ୍ୟବହାର ନିହାତି କମ୍ କରନ୍ତୁ।
ଏହା ଆପଣଙ୍କ ଚେହେରାକୁ ଅଧିକ କ୍ଷତି ପହଞ୍ଚାଇବ।
ଆପଣ ଚାହିଁଲେ ୱାଟରପ୍ରୁଫ ମେକଅପ୍ର ବ୍ୟବହାର କରାପାରିବେ।
କିନ୍ତୁ ଶୋଇବା ପୂର୍ବରୁ କ୍ଲିନ୍ଜର୍ କିମ୍ବା ମେକ୍ଅପ୍ ରିମୁଭର୍ ସାହାଯ୍ୟରେ ଭଲ କରି ମେକ୍ଅପ୍ ସବୁ ଛଡ଼ାଇଦେବା ଉଚିତ୍।
ମଶ୍ଚରାଇଜର ବ୍ୟବହାର କରନ୍ତୁଅନେକ ଲୋକଙ୍କ ଧାରଣ ଯେ ବର୍ଷାଦିନରେ ମଶ୍ଚରାଇଜର ବ୍ୟବହାର କଲେ ତ୍ୱଚା ଚିପ୍ଚିପା ହୋଇଯିବ ବା ତେଲିଆ ହୋଇଯିବ। ହେଲେ ଏହା ଆଦୌ ସତ ନୁହେଁ। ବର୍ଷାଦିନେ ଆମ ତ୍ୱଚାକୁ ପୋଷଣ ଆବଶ୍ୟକ ହୋଇଥାଏ।
ବାରମ୍ବାର ବର୍ଷାରେ ଭିଜିବା ଦ୍ୱାରା ଆମ ଶରୀର ଶୁଷ୍କ ହୋଇଯାଏ। ଫଳରେ ତ୍ୱଚା କୁଣ୍ଡେଇ ହେବା ଓ ଲାଲ୍ ପଡ଼ିଯିବା ପରି ସମସ୍ୟା ଦେଖାଯାଏ। ତେଣୁ ଏହି ଦିନରେ ଡ୍ରାଏନେସ୍ରୁ ବଞ୍ଚିବା ପାଇଁ ମଶ୍ଚରାଇଜର୍ ନିଶ୍ଚିତ ଲଗାନ୍ତୁ।


0 Comments