ମୟୂରଭଞ୍ଜ :ବେତନଟୀ ମହାବିଦ୍ୟାଳୟ
ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ। ବିଭିନ୍ନ ପ୍ରକାର
ଅସାମାଜିକ କାର୍ଯ୍ୟ ଚାଲୁଥିବାବେଳେ ଏହାକୁ ପ୍ରତିହତ
କରିବାର ବ୍ୟବସ୍ଥା କିମ୍ବା ସମାଧାନ କରିବାରେ
ଅବହେଳା ଯୋଗୁ କଲେଜ ପରିସରରୁ ମଦବୋତଲ
ସମେତ ବିଭିନ୍ନ ଆପତ୍ତିଜନକ ଜିନିଷ ମଧ୍ୟ ପଡିଥିବାର
ଦେଖାଯାଉଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ
ଦାୟିତ୍ୱ ନେଇଥିବା ଅଧ୍ୟକ୍ଷ ଶ୍ରୀନିବାସ ଭଞ୍ଜ ଅତ୍ୟନ୍ତ
କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ସୋମବାର
ମହାବିଦ୍ୟାଳୟର ପରୀକ୍ଷା ଚାଲିଥିବାବେଳେ
ଅନ୍ୟପିଲା ମାନଙ୍କର କ୍ଲାସ ହେଉଥିଲା। ଯୁକ୍ତ ୩
ଦ୍ୱିତୀୟ ବର୍ଷ ବିଜ୍ଞାନ(ସମ୍ମାନ) ଛାତ୍ରୀ ରଶ୍ମୀରେଖା
ପ୍ରଧାନ, ମନୋରମା ମହାନ୍ତ, +୩ ଦ୍ୱିତୀୟ ବର୍ଷ କଳା
(ସମ୍ମାନ) ଛାତ୍ରୀ ବବିତା ବେହେରା ଓ ଗୀତାଞ୍ଜଳୀ
ବାରିକ କ୍ଲାସରୁ ବାହାରି ମହାବିଦ୍ୟାଳୟର ଫାଟକ
ଆଡକୁ ଆସି ଘରକୁ ଯାଉଥିବାବେଳେ ପଛପଟୁ ଏକ
ଦୃତଗାମୀ ବୋଲେରୋ ଓଆର-୦୧ପି-୬୬୮୧ଧକ୍କା
ଦେଇଥିଲା। ଫଳରେ ସେମାନେ ଛିଟିକି
ପଡିଥିବାବେଳେ ଜଣେ ଗୁରୁତର ହୋଇଥିଲେ।
ଖବରପାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭଞ୍ଜଙ୍କ
ସମେତ ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ
ଘଟଣାସ୍ଥଳରେ ପହଞ୍ ଚି ଆହତଙ୍କୁ ଡାକ୍ତରଖାନା
ପଠାଇଥିଲେ।
ମହାବିଦ୍ୟାଳୟ ପରିସରକୁବୋଲେରୋ ଆସି
ଦୁର୍ଘଟଣା ଘଟାଇବା ଘଟଣାକୁ ବେତନଟୀ
ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାଁନ୍ତି।
ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ
ପହଞ୍ ଚିବୋଲେରୋକୁ ଜବତ କରି ଥାନାକୁ
ନେଇଛି। ବୋଲେରୋ ଚାଳକ ସୁଧାଂଶୁ ମହାନ୍ତ
କୌଶଳକ୍ରମେ ଖସିଯାଇଥିବାବେଳେ ଓ ବୋଲେରୋ
ମାଲିକ ବୋଲି ପରିଚୟ ଦେଉଥିବା +୨ ବାଣିଜ୍ୟ
ଛାତ୍ର ସଞ୍ଜୟ ମହାନ୍ତଙ୍କୁ ଥାନାରେ ଅଟକ ରଖାଯାଇଛି
। ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ କଲେଜ
ପରିସରକୁବୋଲେରୋ ଯାଇ ଟହଲ ମାରିବାର
ରହସ୍ୟ କ’ଣ ଓ ବୋଲେରୋ ଚାଳକ ଉକ୍ତ ୪ ଝିଅକୁ
ଧକ୍କା ମାରିବା ପରେ ଗୋଟିଏ ଗଛକୁ ଧକ୍କାଦେଇଥିବା
ଜଣାଯାଇଛି। ପୁଲିସ ଏହି ଘଟଣାରେ ଗାଡି
ମାଲିକକୁ ଗିରଫ କରିଛି। ବେତନଟୀ ମହାବିଦ୍ୟାଳୟ
୪୪ ବର୍ଷ ବୟସ ଅତିକ୍ରମ କରିବାକୁ ବସିବା ପରେ
ମଧ୍ୟ ପାଚେରୀ ନିର୍ମାଣ ହୋଇପାରିଲାନାହିଁ।
ଫଳରେ ଅସାମାଜିକଙ୍କ ଦୌରତ୍ମ୍ୟ ବଢିବା ସହିତ
ଅଣଛାତ୍ରଙ୍କ ଆଡ୍ଡାସ୍ଥଳୀ ପାଲିଟିଛି। ମହାବିଦ୍ୟାଳୟ
ପରିସରରେ ଯେଭଳି ଘଟଣାମାନ ଘଟୁଛି ସେଥି
ନିମନ୍ତେ ପୁଲିସ ଜଗୁଆଳୀର ଆବଶ୍ୟକତା ରହିଛି
ବୋଲି ଆଲୋଚିତ ହେଉଛି।


0 Comments