ସାରା ଦୁନିଆ ନ୍ୟୁଜ୍ ବ୍ୟୁରୋ: ଜୁଲାଇ ୧୫ ତାରିଖରୁ ଦେଶରେ ଦିଆଯିବ ମାଗଣା ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ମାଗଣା ପ୍ରିକସନ ଡୋଜ ଦିଆଯିବ । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ କେନ୍ଦ୍ରରେ ଏହି ପ୍ରକିସନ ଡୋଜ ଦିଆଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ପ୍ରିକସନ ଡୋଜ ପାଇଁ ଅର୍ଥ ଦେବାକୁ ପଡୁଥିବାରୁ ଲୋକେ ଆଗ୍ରହ ଦେଖାଉନଥିଲେ । ତେଣୁ କରୋନା ବିରୋଧୀ ମୁକାବିଲାକୁ ଗତି ଦେବାକୁ କେନ୍ଦ୍ର ସରକାର ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଓଡିଶାରେ ୧୮ ଲକ୍ଷ ୪୦ ହଜାର ୩୪୯ ଜଣ ପ୍ରିକସନ ଡୋଜ ନେଇଛନ୍ତି । ସେହିପରି ଦେଶରେ ୫ କୋଟି ୧ଲକ୍ଷ ୩୫ ହଜାର ୬୫ ଜଣ ବୁଷ୍ଟର ଡୋଜ ନେଇଛନ୍ତି । ତେଣୁ ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ସମସ୍ତ ସରକାରୀ ଟିକାଦାନ କେନ୍ଦ୍ରରେ ୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହରେ କୋଭିଡ ଟିକା ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ନଅ ମାସରୁ ଛଅ ମାସକୁ ହ୍ରାସ କରିଥିଲା । ପ୍ରତିରୋପଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପର ସୁପାରିଶରେ ଏହା କରାଯାଇଥିଲା ।


0 Comments