Recent

6/recent/ticker-posts

ସାପ କାମୁଡାରେ ୭ବର୍ଷର ଝିଅର ମୃତ୍ୟୁ

କନ୍ଧମାଳ : ଚକାପାଦ ବ୍ଲକର ବ୍ରାହ୍ମଣ ପାଦ ପଞ୍ଚାୟତ ସୁବଳୟା ଗାଁ ରେ ସାପ କାମୁଡାରେ ଶର୍ମିଷ୍ଠା ପ୍ରଧାନ ନାମକ ଜଣେ ୭ବର୍ଷର ଝିଅର ମୃତ୍ୟୁ ହୋଇଛି। ନାବାଳିକା ଜଣକ ରାତିରେ ଘରେ ସୋଇଥିବା ବେଳେ କୌଣସି ଏକ ବିଷଧର ସାପ କାମୁଡି ଦେଇଛି। ଗୁରୁତର ଅବସ୍ଥାରେ ଶର୍ମିଷ୍ଠା ଙ୍କୁ ବ୍ରାହ୍ମଣ ପାଦ ଚିକିତ୍ସା ଲୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସା ଲୟ କୁ ସ୍ଥାନାନ୍ତରଣ କରା ଯାଇଥିଲା। ହେଲେ ସେଠାରେ ନାବାଳିକାର ମୃତ୍ୟୁ ଘଟିଛି।ଖବର ପାଇ ଫୁଲବାଣୀ ଟାଉନ ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ରିପୋର୍ଟ- ମାମି ବିନ୍ଧାଣି (କନ୍ଧମାଳ)

Post a Comment

0 Comments