କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା, କୋଚିଳା ଗ୍ରାମ ରେ ବେଆଇନ ମଦ ସହ ଜଣକୁ ଗିରଫ କରିଛି ପୋଲିସ। ଆଳି ଥାନା I.I.C ଦିଲୀପ ସାହୁ ଙ୍କ ସୂଚନା ମୁତାବକ କୋଚିଳା ଗ୍ରାମର ଭରତ ବିଶ୍ଵାଳ ଙ୍କ ପୁଅ ସୁଶାନ୍ତ ବିଶ୍ଵାଳ (23) ବେଆଇନ୍ ମଦ ବିକୁଥିବା ଖବର ପାଇ ତା ଘର ଉପରେ ଚଢ଼ାଉ କରିବା ଫଳରେ ସେଠାରୁ 25 ବୋତଲ ପ୍ରାୟ 4.97 ଲିଟର ମଦ ଜବତ କରି ତାକୁ ଗିରଫ କରିବା ସହ ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବା କଥା ଆଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ରିପୋର୍ଟ- ବିଶ୍ୱଜିତ୍ ସୂତାର(ଆଳି)


0 Comments