ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିବ ଭାରତ। ମୋହାଲିରେ ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ଭାରତ ନିଜକୁ ପ୍ରସ୍ତୁତ କରିଛି। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୩ଟି ମ୍ୟାଚରେ ଭାରତ କିଛି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା।
ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଭାରତ ଲାଗି ଶୁଭ ସୂଚନା ଥିଲା। ଏମିତିକି ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଓପନ କଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।
0 Comments