କନ୍ଧମାଳ: ଟିକାବାଲି ର ଜଣାଶୁଣା କଂଗେସ ର ଆଗଧାଡିର ନେତା ଶ୍ରୀ ବରୁଣ ଭୋଇଁ ଙ୍କର ସୋମବାର ଦିନ ୧୨ ଘଣ୍ଟିକା ସମୟ ବେଳକୁ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ଆନୁମାନିକ ତାଙ୍କ ବୟସ ୬୭ ବର୍ଷ ହେଇଥିଲା। ସେ ୨ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିବା ପରିବାର ଲୋକ କୁହନ୍ତି। ଅନେକ ଚିକିତ୍ସାପରେ ମଧ୍ୟ ବୟସ ଗତ କାରଣରୁ ସେ ଭଲ ହୋଇ ପାରିନଥିଲେ । ସେ ଜଣେ କନ୍ଧମାଳ କଂଗ୍ରେସ ର ଜଣେ ଟାଣୁଆ ନେତା ଥିଲେ। ସେ ପଞ୍ଚାୟତ ସମିତି ଅଧ୍ୟକ୍ଷ,ଏକାଧିକ ଥର କଂଗ୍ରେସ ଜିଲ୍ଲା ସଭାପତି ମଧ୍ୟ ଥିଲେ। ସେ ସଦାସର୍ବଦା ଜନ ସେବାରେ ରୁଚି ରଖିଥିଲେ। କଂଗ୍ରେସ ରେ ଥିଲେ ମଧ୍ୟ ସମସ୍ତଙ୍କୁ ସାମୁହିକ ସୁବିଧା ଯୋଗାଇ ସେ ଅଧିକ ଲୋକ ପ୍ରିୟ ଥିଲେ, ତାଙ୍କ ମୃତ୍ୟୁ ରେ ଟିକାବାଲି ସାରା ସୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ଭୋଇ ଙ୍କୁ ସମ୍ମାନ ଜଣାଇ ଦିନ ୧୨ ଟାରୁ ରୁ ସନ୍ଧ୍ୟା ୭ ଘଣ୍ଟିକା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଘଣ୍ଟିକା ବେଳକୁ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ,ଟିକାବାଲି ବ୍ଲକ୍ ଅଧକ୍ଷ ,ଦିଲ୍ଲୀପ କହଁର , ଟିକାବାଲି କଂଗ୍ରେସ ସଭାପତି ଗକୁଲ ପ୍ରଧାନ, ଜିଲ୍ଲା କଂଗ୍ରେସ ଏସ ସି ସେଲ ସଭାପତି ପ୍ରଫୁଲ୍ଲ ଦିଗାଲ, ସମେତ ପରିବାର ଉପସ୍ଥିତ ରହି ଟିକାବାଲି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
...........ରିପୋର୍ଟ=ମାମି ବିନ୍ଧାଣି (କନ୍ଧମାଳ)
0 Comments