Recent

6/recent/ticker-posts

କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ,ପୁରୀ ପରିସରରେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ

ସାକ୍ଷୀଗୋପାଳ ତା କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ ପୁରୀ ପରିସରରେ ଆଜି  ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର ଗବେଷଣା ବିଭାଗ ର ଅଧ୍ୟକ୍ଷ ପ୍ରଫେସର ଡ଼. ସଂଗ୍ରାମ କେଶରୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ପ୍ରଧାନମନ୍ତ୍ରୀ - କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ ଦ୍ବାରା ଆୟୋଜିତ କୃଷକ ସମାବେଶ ରେ ୧୧ଟି ବ୍ଲକ ରୁ 250 ରୁ ଉର୍ଦ୍ଧ୍ୱ  କୃଷିଜୀବୀ ମହିଳା ଓ କୃଷକ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୂଖ୍ୟ ଡ଼. ସଞ୍ଜୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଥିରେ ବେୟର କ୍ରପ ସାଇନ୍ସ (ଓଡ଼ିଶା ଶାଖା), ସିଶା, ଇରି ଏବଂ କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଜିଲ୍ଲା ର କୃଷକ ମାନଙ୍କ ସହ ଯନ୍ତ୍ର ମାଧ୍ୟମ ରେ ଧାଡ଼ି ବୁଣା ଧାନ ଚାଷ ଜନିତ ଜ୍ଞାନ କୌଶଳ ସମ୍ପର୍କ ରେ ଆଲୋଚନା କରିଥିଲେ। 
ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଫେସର ସ୍ୱାଇଁ ତାଙ୍କର ଧାଡ଼ି ବୁଣା ଯନ୍ତ୍ର ଦ୍ବାରା ଧାନ ଚାଷ ସମ୍ବନ୍ଧୀୟ ଅନେକ ଅଭିଜ୍ଞତା ଏବଂ ସଫଳତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଵେୟର ଶସ୍ୟ ବିଜ୍ଞାନ ର ଶସ୍ୟ ବିଶେଷଜ୍ଞ ଡ. ବିମଳ ପାଣ୍ଡେ ଧାଡ଼ି ବୁଣା ଧାନ ଚାଷ ଏବଂ ତାର ରୋଗ ପୋକ ଦମନ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ସିସା ପ୍ରକଳ୍ପ ର ମୁଖ୍ୟ ଡ. ଅଶୋକ ଯାଦବ, ଯନ୍ତ୍ର ଚାଳିତ ଧାଡ଼ି ବୁଣା ଧାନ ଚାଷ କୃଷକ ମାନଙ୍କ  ମଧ୍ୟ ରେ ଆଦୃତ ହୋଇପାରିବ ବୋଲି ଆଶ୍ଵାସନା ଦେଇଥିଲେ।ଏହି ପ୍ରଧାନ ମନ୍ତ୍ରୀ କୃଷକ ସମାବେଶ ରେ ପୁରୀ ଜିଲ୍ଲା ର କୃଷି ଓ ଆନୁସଙ୍ଗିକ କ୍ଷେତ୍ର ରେ ପାରଦର୍ଶିତା ଗ୍ରହଣ କରିଥିବା ୨୪ ଜଣ କୃଷି ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ର କୃଷି ଯାନ୍ତ୍ରୀକରଣ ବୈଜ୍ଞାନିକ ଡ. ଦିପଶିକା ପରମଜିତା, ଗୃହ ବିଜ୍ଞାନୀ ଡ. ସୁମିତା ଆଚାର୍ଯ୍ୟ, ସମ୍ପ୍ରସାରଣ ବୈଜ୍ଞାନିକ ଶ୍ରୀମତୀ ଶୋନିତା ରାନୀ ସେଠୀ, କୃଷକ ଭାଇ ଓ ଭଉଣୀ ମାନଙ୍କୁ ପରାମର୍ଶ ପ୍ରଦାନ  କରିଥିଲେ। 

ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments