ମିଳିତ ଜାତିସଂଘ ପକ୍ଷରୁ ୧୯୭୯ ମସିହା ରେପ୍ରଥମ କରି ଖାଦ୍ୟ ଓ କୃଷି ସଂଗଠନ ର ବିକାଶ ପାଇଁ ଅକ୍ଟୋବର ଷୋହଳ ତାରିଖରେ ରେ ସ୍ଥାପନ କରାଯାଇଥିବା ଦିବସ କୁ ବିଶ୍ୱ ଖାଦ୍ୟ ଦିବସ ରୂପେ ସାରା ବିଶ୍ୱ ପାଳନ କରିଥାଏ । ଏହି ଅବସରରେ ନାବାର୍ଡ ସହାୟତାରେ ବେଣାଗାଁ ର (U G M E) ସ୍କୁଲ ପରିସରରେ ବିଶ୍ୱ ଖାଦ୍ୟ ଦିବସ କୁ ମହା ଆଡମ୍ବରରେ ପାଳନ କରାଯାଇଛି। ।ଏହି କାର୍ଯ୍ୟକ୍ରମ କୁ ଗ୍ରାମ୍ୟ କୃଷି ବିକାଶ ପରିଷଦ ପୁରୀଦ୍ଵାରା ଆୟୋଜନ କରାଯାଇଥିଲା ।ପ୍ରତାପ ପାହାନ୍ତା ସିଂ ଙ୍କ ସଭାପତିତ୍ୱ ରେ ଆରମ୍ଭ କରାଯାଇଥିବା ଉତ୍ସବରେ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାଶ ,ମୁଖ୍ୟ ବକ୍ତା ଭାବେ ଶ୍ରୀ ଜନାର୍ଦ୍ଦନ ବେହେରା ,ସଂମ୍ମାନୀତ ଅତିଥି ଭାବେ ଶ୍ରୀ ବିଭୁତି ଭୂଷଣ ତ୍ରିପାଠୀ ,ଶ୍ରୀ ପରୀକ୍ଷିତ ବଡ଼ଜେନା, ଶ୍ରୀ ନଗେନ୍ଦ୍ର ନାଥ ସୁନ୍ଦରରାୟ ,ଶ୍ରୀ ନରେଶ ସ୍ୱାଇଁ, ଶ୍ରୀ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ବିଶ୍ୱ ରେ ବାସକରୁଥିବା କୋଣ ଅନୁକୋଣରେ ଲୋକମାନେ ଯେଭଳି ପୃଷ୍ଟିକର ଖାଦ୍ୟ ପାଇପାରିବା ସହ ଅପପୃଷ୍ଟି ର ଶିକାର ନ ହେବା ହେଉଛି ବିଶ୍ୱ ଖାଦ୍ୟ ଦିବସ ମୂଳ ଲକ୍ଷ୍ୟ ।କିନ୍ତୁ ସରକାରୀ ସ୍ତରରେ କରାଯାଉଥିବା ଯୋଜନା ସବୁ ତଳ ସ୍ତରରେ ସଠିକି କାମ ନକରିବା ଯୋଗୁଁ ଅଦ୍ୟାବଧି ବିଶ୍ୱ ରେ ଅପ ପୃଷ୍ଟି ର ହାର ବୃଦ୍ଧି ପାଇବାରେ ଲାଗିଛି ବ । ବୃହତ ଭାବେ ଲୋକଙ୍କୁ ସଚେତନ କରି ଖାଦ୍ୟ ସଙ୍କଟ ର ସମାଧାନ କରିବା ନିମନ୍ତେ ଉପସ୍ଥିତ ଅତିଥି ମନେ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମଟିରେ ଅଙ୍ଗନ ଓ୍ୟାଡ଼ି କର୍ମୀ. ଶିକ୍ଷକ ଶିକ୍ଷୟତ୍ରୀ. ଗ୍ରାମବାସୀମାନେ ଓ ଛାତ୍ର. ଛାତ୍ରୀ ମାନେ ଯୋଗ ଦେଇ ଥିଲେ. କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇ ଥିଲେ ଶ୍ରୀ ନରେଶ ସ୍ବାଇଁ.
ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (କଣାସ)


0 Comments