ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ବଣିକ ସଂଘ ଆନୁକୂଲ୍ୟରେ କାଳୀପୂଜା ମହା ସମାରୋହରେ ରେ ପାଳିତ ହୋଇଯାଇଛି। ନୀତି କାନ୍ତି ଅନୁଯାୟୀ ମା କାଳୀ ଙ୍କ ପୂଜା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାଳୀପୂଜା ଉପଲକ୍ଷେ ପ୍ରଯୋଜକ ବୁନୁ ସାସମଲ ଏବଂ କାବି ପରିଡ଼ା ଙ୍କ ନିର୍ଦ୍ଦେଶନା ରେ ଦାଶରଥି ନାଟ୍ୟ ସଂସଦ ର ୧୬ ତମ ଅବଦାନ ଏଠି ତୋର ଦୋଷ ନା ମୋର ଦୋଷ ସାମାଜିକ ନାଟକ ନୂଆଗାଁ ହାଇସ୍କୁଲ ପଡ଼ିଆରେ ମଞ୍ଚସ୍ଥ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମା କାଳୀ ଙ୍କ ପୂଜା ମଣ୍ଡପକୁ ଯାଇ ମା ଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ସାମାଜିକ ନାଟକ ଉଦଘାଟନ କରିଥିଲେ। ପୂଜା ,ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ର ମହତ୍ତ୍ଵ ବିଧାୟକ ବର୍ଣ୍ଣନା କରିଥିଲେ।
ତତ୍ ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ଜିଲ୍ଲା ବିଜେଡ଼ି ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା ଙ୍କ ସମେତ ଜାକେଡା ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ , ସମିତି ସଭ୍ୟା ପ୍ରଭାତୀ ମଳିକ, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସୋରଡ଼ା ସରପଞ୍ଚ ଫକୀର ମୋହନ, ଉଦୟପୁର ପଞ୍ଚାୟତ ସମିତି ସଭ୍ୟ, ଯୋଗ ଦେଇଥିଲେ।
ରିପୋର୍ଟ: ସାରା ଦୁନିଆ ନ୍ୟୁଜ୍


0 Comments