Recent

6/recent/ticker-posts

ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଇ. ଏ. ଏସ. ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଓସାକ୍ଷୀଗୋପାଳ ଗସ୍ତ

ସାକ୍ଷୀଗୋପାଳ: ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚୀବ ଆଇ.ଏ. ଏସ. ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଅପରାହ୍ନରେ ସତ୍ୟବାଦୀ ଗସ୍ତରେ ଆସିଥିଲେ l ପଟନାୟିକିଆ ଛକ ନିକଟରେ ନିର୍ମାଣାଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ l ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠୀଘର, କୂଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ ଓ ଓଡିଶାର ସର୍ବୋଚ୍ଚ 15 ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସ୍ଥଳ ପରିଦର୍ଶନ କରିଥିଲେ l ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ଉନ୍ନୟନ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ l
ସତ୍ୟବାଦୀ ବକୁଳ ବନ ପରିସରରେ ନିର୍ମିତ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ l ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ସୂଚନା ପ୍ରଦାନ କରିଥିଲେ l ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମହାପାତ୍ର ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଥିଲେ l ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ଓ ବକୁଳ ବନର ଉନ୍ନୟନ କରାଯିବ l ସାକ୍ଷୀଗୋପାଳ ବଜାରରେ ରେଳ ଓଭର ବ୍ରିଜ଼ ନିର୍ମାଣ କରାଯିବ l ମନ୍ଦିର ବାଇପାସ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି ପ୍ରକାଶ କରିଥିଲେ l ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁମାର ସାହୁ, ସତ୍ୟବାଦୀ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଓଡିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଦାସ, ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ଜୟନ୍ତ  କୁମାର ଜୟ ସିଂ, ବିଡ଼ିଓ ଶ୍ରୀଯୁକ୍ତ ଲୋଚନ ଦାସ ଓ ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ବିଜୟ  କେତନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments