ବେତନଟୀ(SARA DUNIA NEWS) - ସରକାର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ବେତନଟୀ ବ୍ଲକ ନିକଟ ଭୋଗବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖିବାକୁ ମିଳିଛି l ବହୁ ପୁରାତନ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଚାଶରୁ ଉର୍ଦ୍ଧ ପିଲା ଶିକ୍ଷା ଗ୍ରହଣ କରିଥାନ୍ତି l ହେଲେ ପରିତାପର ବିଷୟ ଏହା ଯେ ଏହି ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟତ୍ରୀ କାର୍ଯ୍ୟରତ ଥିବାରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ବହୁ ଅସୁବିଧା ହେଉଛି l ଦୀର୍ଘ ଦିନରୁ ଏହି ବିଦ୍ୟାଳୟରେ ଜଣେ ପ୍ରଧାନଶିକ୍ଷୟତ୍ରୀ ଓ ଦୁଇ ଜଣ ଷ୍ଟାଫ ପାଠ ପଢ଼େଇ ଆସୁଥିଲେ l ହେଲେ କିଛି ବର୍ଷ ତଳେ ଷ୍ଟାଫ ଟ୍ରାନ୍ସଫର ହୋଇ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ସ୍ଥାଫ ଗତ ଦୁଇ ମାସ ତଳେ ପ୍ରମୋସନରେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି l ଏଣୁ ଏବେ କାର୍ଯ୍ୟରତ ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦାସ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଅଫିସରେ ରହିହିବା ସମସ୍ତ ଅଫିସିଆଲ ଲେଖାପଢା ଇତ୍ୟାଦି ନିଜେ କରିବାକୁ ପଡୁଛି l ଶିକ୍ଷା ବିଭାଗ ପାଖରୁ ମିଟିଂ କୁ ଗଲେ ପିଲାଙ୍କ ପାଠ ପଢା ବନ୍ଦ ରହୁଛି l ଅଫିସିଆଲ କାର୍ଯ୍ୟଗୁଡିକୁ ସାରିବାକୁ ହେଲେ ବିଦ୍ୟାଳୟ ପିଲାମାନଙ୍କ ପାଠ ପଢାଇବାକୁ ସମୟ ହେଉନାହିଁ l ଯେଉଁଥିପାଇଁ ସ୍କୁଲ ପିଲାଙ୍କ ଅଭିଭାବକ, ସ୍କୁଲ ପରିଚାଳନା କମିଟୀ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପତ୍ରରେ ସମସ୍ୟା ଯଦି 7ଦିନ ମଧ୍ୟରେ ସମାଧାନ ନହୁଏ ତାହେଲେ ସ୍କୁଲ ପରିଚାଳନା କମିଟୀ ଓ ସମସ୍ତ ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ସମ୍ମୁଖରେ ବସି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l ଏନେଇ ବେତନଟୀ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ସେନାପତି ଏହି ସମସ୍ୟାକୁ ସାତ ଦିନ ମଧ୍ୟରେ ସମାଧାନ ହେବା ନେଇ ପ୍ରତିଶୃତି ଦେଇଛନ୍ତି l


0 Comments