ଓଡ଼ିଶା ମାଟ୍ରିକ୍ ପରୀକ୍ଷାର ଫଳ ଆସନ୍ତା ମେ’ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏହା ପାଇଁ ମାର୍ଚ୍ଚ ୧୯ ତାରିଖରୁ ଖାତା ମୂଲ୍ୟାଙ୍କନ କାମ ଆରମ୍ଭ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୫୧ଟି କେନ୍ଦ୍ରରେ ଏହି ଖାତା ଦେଖା ପ୍ରକ୍ରିୟା ଚାଲିବ।
ଅଧିକ ପଢ଼ନ୍ତୁ - ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ରାୟ: ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ସମସ୍ତ ପ୍ରକ୍ରିୟାକୁ ଦ୍ରୁତ ଗତିରେ ସମାପ୍ତ କରି ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ସଠିକ୍ ଓ ସମୟୋପଯୋଗୀ ଫଳ ଦେବାକୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି।


0 Comments