ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ । ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ । ଏହି ମାମଲାରେ ଲିପନର ବାପା ଓ ମାଆ ଖଲାସ ହୋଇଛନ୍ତି । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ପରେ ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ତେବେ ନଜର ପକାନ୍ତୁ ପୂରା ଘଟଣାକ୍ରମ ଉପରେ ।
ଅଧିକ ପଢ଼ନ୍ତୁ - ଓଡି଼ଶାରେ ଆଉ ୪ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ - ମୁଖ୍ୟମନ୍ତ୍ରୀ ମାଝୀଙ୍କ ଘୋଷଣା
ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍ ନିକିତା ୨୦୧୬ ମସିହାରେ ଲିପନ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଯୌତୁକ ଦାବି କରି ତାଙ୍କୁ ଶାଶୁଘର ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ୨୦୧୯ ଜାନୁଆରି ୪ ତାରିଖରେ ନିକିତା ଛାତରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ ଓ ପରବର୍ତ୍ତୀ ଦିନ, ଅର୍ଥାତ୍ ଜାନୁଆରି ୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସ୍ୱାମୀ ଲିପନ ସାହୁ ଛାତରୁ ଠେଲି ନିକିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ଏବଂ ୨୦୧୯ ଜାନୁଆରି ୮ରେ ସେ ଗିରଫ ହୋଇଥିଲେ। ପରେ ୨୦୨୨ରେ ଲିପନ ଜାମିନରେ ମୁକୁଳିଥିଲେ, କିନ୍ତୁ ଶେଷରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।


0 Comments