ପୁଣି ଥରେ ସମସ୍ତ ଅଟକଳନାକୁ ଶେଷ କରି ଚମକେଇଦେଲେ ନବୀନ ପଟ୍ଟନାୟକ। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ତୃତୀୟ ଆସନ ପାଇଁ ବରିଷ୍ଠ ନେତା ସଂତୃପ୍ତ ମିଶ୍ରଙ୍କୁ ବାଛାଯାଇଥିବାବେଳେ ଚତୁର୍ଥ ସିଟ୍ ପାଇଁ ଡା. ଦତ୍ତେଶ୍ୱର ହୋତାଙ୍କ ନାମରେ ମୋହର ପଡ଼ିଛି।
ରାଜ୍ୟରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ଗରମ ଥିବା ସମୟରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋରଦାର ହୋଇଥିଲା। ଏହି ପରିପ୍ରେକ୍ଷିତରେ ବିଜେଡି ସୁପ୍ରିମୋ ଦୁଇଟି ନାଁ ଘୋଷଣା କରି ସମସ୍ତ ଅଟକଳନାକୁ ଶେଷ କରିଛନ୍ତି। ସଂତୃପ୍ତ ମିଶ୍ର ଦଳର ଦୀର୍ଘଦିନର ସକ୍ରିୟ ନେତା ଓ ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଭାବେ କାମ କରୁଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।
ଅଧିକ ପଢ଼ନ୍ତୁ - ମାର୍ଚ୍ଚ ୫ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ
ସେହିପରି ଡା. ଦତ୍ତେଶ୍ୱର ହୋତାଙ୍କୁ ‘କମନ୍ କ୍ୟାଣ୍ଡିଡେଟ୍’ ଭାବେ ଘୋଷଣା କରାଯାଇଛି ଏବଂ ତାଙ୍କୁ ସମସ୍ତ ଦଳ ସମର୍ଥନ କରିବାକୁ ନବୀନ ଅନୁରୋଧ କରିଛନ୍ତି। ଡା. ହୋତା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିବା ସହ କ୍ୟାପିଟାଲ ହସ୍ପିଟାଲର ୟୁରୋଲୋଜି ବିଭାଗରେ ସେବା ଦେଇଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ଟିମର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।




0 Comments