ମିଳିଥିବା ସୂଚନା ଅନୁସାରେ, ଏହି ଚାଲାଣଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଲମେଟ୍ ନ ପିନ୍ଧିବା, ସିଟ୍ ବେଲ୍ଟ ନ ବାନ୍ଧିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ କଟାଯାଇଛି। ବିଶେଷ କରି ଜାତୀୟ ରାଜପଥରେ ଓଭରସ୍ପିଡିଂ ଉପରେ କଡ଼ା ନଜର ରଖାଯାଇଛି। ଅନେକ ସ୍ଥାନରେ ଗାଡ଼ି ଚାଳକଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଜରିମାନା ଆଦାୟ କରିବା ନୁହେଁ, ବରଂ ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ସେମାନଙ୍କୁ ସଡ଼କ ନିୟମ ମାନିବା ପାଇଁ ବାଧ୍ୟ କରିବା।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବାଇକରେ ତିନି ଜଣ ବସୁଥିବା ଯୁବକମାନଙ୍କୁ ମଧ୍ୟ ଅଟକାଇ ଜରିମାନା କରାଯାଉଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଚେକିଂ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି। ତେଣୁ ସୁରକ୍ଷିତ ରହିବା ସହ ଭାରୀ ଜରିମାନାରୁ ବଞ୍ଚିବା ପାଇଁ ସମସ୍ତେ ଟ୍ରାଫିକ ନିୟମ ପାଳନ କରିବା ନିହାତି ଆବଶ୍ୟକ।


0 Comments