ବଡମ୍ବା: ବଡମ୍ବା 'ସମ୍ବାଦ ସାହିତ୍ୟଘର ' ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି I ନିଜିଗଡ଼ ବଡମ୍ବା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସାହିତ୍ୟଘର ସଭାପତି ଧନେଶ୍ୱର ସ୍ୱାଇଁ ଙ୍କ ସଭାପତିତ୍ୱ ଓ ସଂଯୋଜକ ତଥା ବଡମ୍ବା 'ସମ୍ବାଦ ' ପ୍ରତିନିଧି ଚିନ୍ମାତ୍ମା ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବଡମ୍ବା ଅତିରିକ୍ତ ତହସିଲଦାର ଜ୍ୟୋତିମୟୀ ଆଚାର୍ଯ୍ୟ,ମୁଖ୍ୟ ବକ୍ତା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ର ସଂକୃତ ଵିଭାଗ ର ଅଧ୍ୟାପିକା ଡ଼ଃ ପୁଷ୍ପ ଲତା ପାଣିଗ୍ରାହୀ, ସଂମ୍ମାନୀୟ ଅତିଥିଭାବେ ଶାସ୍ତ୍ରିଜୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ମିଶ୍ର,ବ୍ଲୁଜୁମ କନଭେଟ ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ରଞ୍ଜିତା ଭଟ୍ଟାଚାର୍ଯ୍ୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରୀତି ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ସମାଜରେ ନାରୀ ର ଭୂମିକା ସମ୍ପର୍କ ରେ କହିଥିଲେ I
କାର୍ଯ୍ୟକ୍ରମ ରେ ଆଶାଲତା ସାହୁ, ସୁବାସ ଚନ୍ଦ୍ର ସାହୁ, କ୍ରିଷ୍ଣା ପ୍ରିୟା ପଟ୍ଟନାୟ,କେଦାର ନାଥ ଶତ୍ରୁଜିତ, ବନଜା ସିଂହ, ଅବନ୍ତିକା ସାମନ୍ତରାୟ, ଜ୍ୟୋତିମୟୀ ପଣ୍ଡା,ନିଗମାନନ୍ଦ ନାୟକ,ମହିଳା ଦିବସ ସମ୍ପର୍କ ରେ ସ୍ୱ ରଚିତ କବିତା ପାଠ କରିଥିଲେ I ସାହିତ୍ୟଘର ର ବରିଷ୍ଠା ସଦସ୍ୟା ତଥା ବଡମ୍ବା ମୁଲିଆବାଙ୍କ ଆଶ୍ରମ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଅନିମା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I ସାହିତ୍ୟଘର ର ସାଧାରଣ ସମ୍ପାଦକ ସରୋଜ କାନ୍ତ ବଳିୟାର ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ I
କାର୍ଯକାରୀ ସଭାପତି ଶିବ ନାରାୟଣ ମିଶ୍ର,ଉପ ସଭାପତି ଖଗେଶ୍ୱର ମହାପାତ୍ର,ଉପଦେଷ୍ଠା କାଳନ୍ଦୀ ମିଶ୍ର,ସହ ସମ୍ପାଦକ ସହଦେଵ ମଲ୍ଲିକ, ଉପଦେଷ୍ଟା କାଳନ୍ଦୀ ଚରଣ ମିଶ୍ର, କୃଷ୍ଣ ଚନ୍ଦ୍ର ରାଉତ, ପ୍ରସନ୍ନ ରାଉତ, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I ଶେଷରେ ସାହିତ୍ୟଘର ର ବରିଷ୍ଠ ଉପଦେଷ୍ଠା ଦୁର୍ଯ୍ୟୋଧନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ - ଦିନବନ୍ଧୁ ରାଉତ(ବଡ଼ମ୍ବା)


0 Comments