Recent

6/recent/ticker-posts

କନ୍ଧମାଳରେ କାଳବୈଶାଖୀର ପ୍ରଭାବ: କୁଆପଥରମାଡ଼ ସହ ବର୍ଷା, ଚାଷୀମନରେ ଉତ୍ସାହ

କନ୍ଧମାଳ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖାଦେଇଛି। ଘୁମୁସର ଉଦୟଗିରି ଅଞ୍ଚଳରେ ହଠାତ୍ କୁଆପଥରମାଡ଼ ସହ ଭାରି ବର୍ଷା ହୋଇଥିବା ଦେଖାଗଲା। ଘଡ଼ଘଡ଼ି ଓ ବଜ୍ରପାତ ସହିତ ବର୍ଷା ପଡ଼ିଥିବାରୁ ସମଗ୍ର ଅଞ୍ଚଳର ଆବହାଓଆ ଏକାଏକି ପରିବର୍ତ୍ତନ ହୋଇଗଲା। ଆକାଶରୁ ବର୍ଷିଥିବା କୁଆପଥର ଦେଖି ସ୍ଥାନୀୟ ଛୋଟପିଲା ଓ ଯୁବକମାନେ ବହୁତ ଉତ୍ସାହିତ ହୋଇଥିଲେ। କେତେକ ସ୍ଥାନରେ ଲୋକେ କହିଛନ୍ତି ଯେ, କୁଆପଥର ଦେଖିବାର ଅନୁଭବ କାଶ୍ମୀରର ତୁଷାରପାତ ଭଳି ଲାଗୁଥିଲା।
ଏହି ବର୍ଷା ପରେ ଚାଷୀମାନଙ୍କ ମନରେ ମଧ୍ୟ ନୂଆ ଆଶା ଜାଗିଛି। ବର୍ଷା ହେବାରୁ ଜମିରେ ଆର୍ଦ୍ରତା ବଢ଼ିଥିବାରୁ ହଳଦୀ ଖୋଳିବା କାମ ସହଜ ହେବ ବୋଲି ଚାଷୀମାନେ କହୁଛନ୍ତି। ସେଥିସହ ଏବର୍ଷ ଭଲ ଆମ୍ବ ଫସଲ ହେବ ବୋଲି ମଧ୍ୟ ଆଶା ବଢ଼ିଛି। ତେଣୁ କାଳବୈଶାଖୀରେ କିଛି ସମୟ ପାଇଁ ଅସୁବିଧା ହେଲେ ମଧ୍ୟ ବର୍ଷା ଚାଷୀମାନଙ୍କ ପାଇଁ ଆଶୀର୍ବାଦ ସାବିତ ହୋଇଛି।

Post a Comment

0 Comments