ଟାଙ୍ଗୀ ଅଞ୍ଚଳରେ ଅବୈଧ ମଦ ଚୋରା ଚାଲାଣକୁ ରୋକିବା ପାଇଁ ଅବକାରୀ ପୋଲିସ ତରଫରୁ ଜୋରଦାର ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଏକ ବଡ଼ ସଫଳତା ମିଳିଛି। ପେଟ୍ରୋଲିଙ୍ଗ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନ ଆରିସଲ ଗ୍ରାମ ନିକଟରୁ ମଦ ବୋଝେଇ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଅଟକ କରି ତଲାଶି କରାଯାଇଥିଲା। ତଲାଶି ସମୟରେ ଅଟୋ ଭିତରୁ ପ୍ରାୟ ୨୫ ଲିଟର ଆସ୍କା ଫଟି ଦେଶୀ ମଦ ଜବତ କରାଯାଇଥିବା ସହିତ ମଦ ବେପାରୀଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତଙ୍କ ନାମ ଟୁଲୁ ସାହୁ ବୋଲି ଜଣାପଡ଼ିଛି। ସେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନ ମୟୂର୍ଝାଲିଆ ଗ୍ରାମର ବସିନ୍ଦା। ନିଜ ଗ୍ରାମକୁ ଅବୈଧ ଭାବେ ମଦ ଚୋରା ଚାଲାଣ କରୁଥିବା ବେଳେ ଟାଙ୍ଗୀ ଅବକାରୀ ପୋଲିସ ତାଙ୍କୁ ଧରିଥିଲା। ଟାଙ୍ଗୀ ଅବକାରୀ ସବ୍–ଇନ୍ସପେକ୍ଟର ରମେଶ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ପୋଲିସ ଦଳ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ରିପୋର୍ଟ- ପ୍ରତାପ ମହାପାତ୍ର


0 Comments