ତଥ୍ୟ ଅନୁଯାୟୀ, ହୋଲି ଅବସରରେ ୬୦ ଟନ୍ରୁ ଅଧିକ ଖାସି ମାଂସ ବିକ୍ରି ହୋଇଛି। ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କା ଦରରେ ବିକ୍ରି ହୋଇ ପ୍ରାୟ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ବ୍ୟବସାୟ ହୋଇଛି। ସେପରି ଚିକେନ୍ର ଚାହିଦା ମଧ୍ୟ ଅଧିକ ଥିଲା। ଚିକେନ୍ ବିକ୍ରି ମାଧ୍ୟମରେ ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଆମଦାନି ହୋଇଛି। ମାଛ ବଜାରରେ ମଧ୍ୟ ଜୋରଦାର ବ୍ୟବସାୟ ଦେଖାଯାଇଛି। ପ୍ରାୟ ୧୨୮ ଟନ୍ ମାଛ ବିକ୍ରି ହୋଇ ୧ କୋଟି ୭୧ ଲକ୍ଷ ୮ ହଜାର ଟଙ୍କାର ଟର୍ନଓଭର ହୋଇଥିବା ଜଣାପଡ଼ିଛି।
ସମୁଦାୟ ମିଶାଇ ହୋଲି ଦିନେ ରାଜଧାନୀରେ ପ୍ରାୟ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି ହୋଇଥିବାରୁ ବ୍ୟବସାୟୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି। ପର୍ବ ପର୍ବାଣୀ ସମୟରେ ଏଭଳି ବ୍ୟବସାୟ ବୃଦ୍ଧି ହେବାରୁ ବଜାରରେ ଚାହିଦା ଓ ଆର୍ଥିକ ଗତିଶୀଳତା ବଢ଼ୁଥିବା ବ୍ୟବସାୟୀମାନେ କହିଛନ୍ତି।



0 Comments