କଟକ: SCB Medical College and Hospital ର ଟ୍ରମା କେୟାର୍ ଆଇସିୟୁରେ ସୋମବାର ହଠାତ୍ ଅଗ୍ନିକାଣ୍ଡ ଘଟିଥିବାରୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗ୍ନିକାଣ୍ଡ ପରେ ହସ୍ପିଟାଲ୍ ପକ୍ଷରୁ ତତ୍କ୍ଷଣାତ୍ ଜରୁରୀ ସ୍ଥିତି ଘୋଷଣା କରାଯାଇ ଗୁରୁତର ରୋଗୀମାନଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ହସ୍ପିଟାଲ୍ ପରିସରରେ ଉତ୍କଣ୍ଠା ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀ ଓ ହସ୍ପିଟାଲ୍ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆଗକୁ ନିୟନ୍ତ୍ରଣ କରିଥିଲେ।ଏହି ଦୁର୍ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି Mohan Charan Majhi ଘଟଣାର ସଂପୂର୍ଣ୍ଣ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ଆଗ୍ନିକାଣ୍ଡ କେମିତି ଘଟିଲା ଏବଂ ଏଥିରେ କାହାର ଅବହେଳା ରହିଛି କି ନାହିଁ, ସେଥିପାଇଁ ବିଶେଷ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଓ ଆହତ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ଘଟଣାର ପ୍ରକୃତ କାରଣ ଜଣାପଡ଼ିବା ପାଇଁ ପ୍ରଶାସନ ତଦନ୍ତ ଜାରି ରଖିଛି।


0 Comments