ସ୍ଵେଚ୍ଛାସେବୀ ସଂଗଠନ "ପ୍ରଥମ ଓଡ଼ିଶା" ପକ୍ଷରୁ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ଵର ଗ୍ରାମପଞ୍ଚାୟତର ସରକାରୀ ଉପ୍ରା ବିଦ୍ୟାଳୟ, ରାମେଶ୍ଵର ଠାରେ ସ୍ଵେଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ୍ ବିତରଣ କରାଯାଇଛି ।
ଏହି ସଭାରେ CRCC ବିଜୟନନ୍ଦ ସାହୁ , ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ସ୍କୁଲ୍ ଚେୟାରମେନ ରାକେଶ କୁମାର ତ୍ରିପାଠୀ ,ୱାର୍ଡମେମ୍ବର ଛବିରାଣୀ ସାହୁ ଏବଂ ପ୍ରଥମ ଓଡ଼ିଶା ର କର୍ମକର୍ତ୍ତା ବିଜୟ କୁମାର ପଣ୍ଡା,କୃଷ୍ଣଚନ୍ଦ୍ର ଦାସ , ସୁରେଶ କୁମାର ଖଟୁଆ,ଅଭୟ ଦାସ, ସ୍ୱର୍ଣ୍ଣଲତା ମହାନ୍ତି,ଗାୟତ୍ରୀ ସାହୁ,ଅଳକା ସାହୁ ,ବାନପ୍ରୀୟା ସାସମଲ୍,ରଶ୍ମିତା ଦେଇ ପ୍ରମୁଖ ଯୋଗ ଦେଇ ସଭା କୁ ଆଗେଇ ନେଇଥିଲେ ।
ଏହି ବିତରଣି ସଭା ରେ ପାଖାପାଖି 20 ଟି ଗ୍ରାମ ର ସ୍ଵେଚ୍ଛାସବୀ ଅଂଶଗ୍ରହଣ କରି ନିଜର ସାର୍ଟିଫିକେଟ ନେଇଥିଲେ । ପରିଶେଷରେ ସମସ୍ତେ ଶପଥ ନେଇଥିଲେ ଯେ ସେମାନଙ୍କ ଗ୍ରାମ ର ଶିକ୍ଷା କ୍ଷେତ୍ର ରେ ପଛୁଆ ରହୁଥିବା ପିଲାଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଆଗକୁ ପ୍ରଥମ ସହିତ ଜଡିତ ହୋଇ ରହିବେ।
ରିପୋର୍ଟ- ନୀଳାଦ୍ରି ଭୁଷଣ ଗଡ଼ନାୟକ (ଟାଙ୍ଗି)





0 Comments