Recent

6/recent/ticker-posts

ଜମିବାଡ଼ି ବିବାଦ ପାଇଁ ପରିବାରକୁ ବାସନ୍ଦ କରିଦେଲେ ଗାଁ କମିଟି


ରାଜକନିକା: ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗାଁରେ ଅଭବାନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦରୁ ଏହି ଗ୍ରାମର ପୁରନ୍ଦ୍ର ଲେଙ୍କାଙ୍କ ପରିବାରକୁ ଏକଘରିକିଆ କରି ଦିଆଯାଇଛି । କେହି ଦୋକାନୀ ତାଙ୍କୁ ସଉଦା ଦେବାକୁ ମନା କରିଛନ୍ତି । ଖାଲି ସେତିକି ନୁହେଁ , ଏହି ପରିବାର ସହ କଥା ହେଲେ 500 ଶହ ଜରିମାନା ଦେବାକୁ ବି ଗାଁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ମାମଲା ଯାଇ ଜିଲ୍ଲା ପ୍ରଶାସନ ନିକଟରେ ପହଂଚିଛି l 

ସୂଚନା ଅନୁସାରେ , ପୁରନ୍ଦ୍ର ଓ ତାଙ୍କ ପଡୋଶୀଙ୍କ ସହିତ ଜାଗାବାଡି଼କୁ ନେଇ ବିବାଦ ଉପୁଜିଖିଲା l ଏ ନେଇ ପୂରନ୍ଦ୍ର ଗାଁକମିଟି ପାଖକୁ ଆସିଥିଲେ l ଉଭୟଙ୍କୁ ଅମିନ ଆଣି ମାପ କରିବାପାଇଁ ତହସିଲଦାର ଓ ଗାଁ କମିଟି ନିର୍ଦେଶ ଦେଇଥିଲେ l ଦୁହେଁ ଅମିନ ଆଣି ମାପ ଚୁପ ମଧ୍ୟ କରିଥିଲେ l କିନ୍ତୁ ପୁରନ୍ଦ୍ର ଘରେ ନଥିବାବେଳେ ଚି଼ହ୍ନଟ ହୋଇଥିବା ଜାଗା ପଡୋଶୀ ବ୍ୟକ୍ତି ଜଣଙ୍କ ପୋତା ହୋଇଥିବା ଖୁଣ୍ଟ ଓପାଡି ଦେଇଥିଲେ ବୋଲି ପୁରନ୍ଦ୍ର ଅଭିଯୋଗ ଆଣିଛନ୍ତି l ଏହା ପରେ ପୁରନ୍ଦ୍ର କୋର୍ଟରେ ମାମଲା କରିଛନ୍ତି l ହେଲେ ବିବାଦ ଜାଗାରେ ଥିବା ଗଛରୁ ପଡୋଶୀ ନଡ଼ିଆ ତୋଳିବା କୁ ପୂରନ୍ଦ୍ର ବାରଣ କରିବାସହ ଗାଁ କମିଟିକୁ ଜଣାଇଥିଲେ l ଏକ ତରଫା ବିଚାର କରିଥିଲେ ଉକ୍ତ ଜାଗାରେ ପଡୋଶୀ ଯାହା କିଛି କରିବ ତୁମେ କିଛି କହିବ ନାହିଁ ବୋଲି ଏକ ସ୍ବୀକାରୋକ୍ତି ଲେଖି ଦେବାକୁ ଗାଁ କମିଟି ପୁରନ୍ଦ୍ରଙ୍କୁ କହିଥିଲା । ପ୍ରସ୍ତାବରେ ରାଜି ନ ହେବାରୁ ପୁରନ୍ଦ୍ରଙ୍କ ସହ କେହି କଥା ନ ହେବାକୁ ଗାଁ କମିଟି ନିଷ୍ପତ୍ତି ନେଇଥିଲା । ପୁରନ୍ଦ୍ରଙ୍କ  ପରିବାର ସହ କଥା ନ ହେବାକୁ ଗାଁ ଲୋକଙ୍କୁ ତାଗିଦ୍ କରାଯାଇଛି। ଏ ନେଇ ପୁରନ୍ଦ୍ର ଗାଁ ଦୋକାନୀ ତାଙ୍କୁ ସଉଦା ଦେବାକୁ ମନା କରି  କେହି ତାଙ୍କ ସହ କଥା ହେଲେ  ଗାଁ କମିଟି ନିର୍ଦେଶ ୫୦୦ ଟଙ୍କା ଜରିମାନା ଦେବାକୁ କୁହାଯାଇଥିବା କହିଛନ୍ତି । 

ପୁରନ୍ଦ୍ର ଜଣେ ଦିନ ମଜୁରିଆ ପରିବାର କହିଲେ ରୋଗୀଣା ସ୍ତ୍ରୀ ଓ ଦୁଇ ଝିଅ | କେହି ଗାଁରେ କାମକୁ ଡାକୁ ନଥିବାରୁ ପୁରନ୍ଦ୍ରଙ୍କ ସ୍ତ୍ରୀ  କହିଛନ୍ତି l ଏହାପରେ ପୁରନ୍ଦ୍ର ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା କଥା କାନ୍ଦି କାନ୍ଦି କହିଛନ୍ତି ପତ୍ନୀ ମମତା । ଏଭଳି ଏକତରଫା ବିଚାରକୁ ବିରୋଧ କରିବାରୁ ଗାଁ କମିଟିର ସଦସ୍ୟ ନଳିନୀ କାନ୍ତ ରାଉତଙ୍କୁ ମଧ୍ୟ ଏକଘରିକିଆ କରି ଦିଆଯାଇଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଗାଁ କମିଟିର ସଭାପତି ବସୁଦେବ ମହାନ୍ତି ଓ ଗ୍ରାମବାସୀ କହିଛନ୍ତି ଯେ , ଏହା ସମ୍ପୂର୍ଣ ମିଛ କଥା । ଗାଁ ପକ୍ଷରୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। 

ରିପୋର୍ଟ: ବିଶ୍ୱଜିତ୍ ସୂତାର (ରାଜକନିକା)

Post a Comment

0 Comments