ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସିଙ୍ଗିରିରେ ଗଞ୍ଜେଇ ଓ ଟଙ୍କା ଜବତ କରାଯିବା ସହ ଜଣକୁ ଗିରଫ କରିଛି ପୋଲିସ। ଆଳି ଥାନା ଆଇଆଇସି ଦିଲୀପ ସାହୁ ଙ୍କ ସୂଚନା ମୁତାବକ ସିଙ୍ଗିରି ଅଂଚଳର ନିରଞ୍ଜନ ଦାସ(୬୯) ଗଞ୍ଜେଇ ବିକୁଥିବା ଖବର ପାଇ ତା ଘର ଉପରେ ଚଢ଼ାଉ କରା ଯିବା ଫଳରେ ସେଠାରୁ ୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୩୮୦୬୦ ଟଙ୍କା ନଗଦ ଅର୍ଥ ଜବତ କରା ଯାଇଛି। ନିରଞ୍ଜନ କୁ ୨୨୭/୨୨ କେସ ନମ୍ବର ଏନଡିପିଏସ୍ ଆକ୍ଟ ରେ ଗିରଫ କରାଯାଇ ଥାନାରେ ଅଟକ ରଖା ଯାଇଛି। ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବା କଥା ଆଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି l
ରିପୋର୍ଟ: ବିଶ୍ୱଜିତ୍ ସୂତାର (ଆଳି)



0 Comments